ଉତକର୍ଷ ନିମାପଡ଼ା ଗଠନ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିକାଶର ଚିତ୍ର ପ୍ରଦାନ

 ନିମାପଡ଼ା, ୨୬/୮(ଏ.ପି ନିୟୁଜ)) ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରଣାସୀ ଠାରେ ଓଡ଼ିଶା ପରବ ଉଦଯାପନ ଉତ୍ସବରେ  ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ( ରାଜ୍ୟ ପର୍ଯ୍ୟଟନ ଓ ମହିଳା ଶିଶୁବିକାଶ ବିଭାଗୀୟ ମନ୍ତ୍ରୀ) ଶ୍ରୀମତୀ ପ୍ରଭାତୀ ପରିଡ଼ା ଦେଶର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦିଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ଏହି ଅବସରରେ  ନିମାପଡ଼ା – ଗୋପର ଅଞ୍ଚଳର ସାମଗ୍ରିକ ବିକାଶ ସଂପର୍କରେ ଅଧିକ କେନ୍ଦ୍ରିୟ ଯୋଜନାରୁ ଅନୁଦାନ ପାଇବା ପାଇଁ ଆଲୋଚନା କରିଛନ୍ତି। ଏହାସହିତ ସଭଦ୍ରା ଯୋଜନାରେ ୨୮ ତାରିଖରେ ମିଳିବାକୁ ଥିବା ୫ମ  କିସ୍ତି ଟଙ୍କା  ପ୍ରଦାନ କରାଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ୫ମ କିସ୍ତିର ଟଙ୍କା ବଣ୍ଟନ ମେଳା ନୟାଗଡ଼ ଠାରେ ରାଜ୍ୟସ୍ତରୀୟ ମେଳା ଆୟୋଜନ କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ  ଶ୍ରୀମତୀ ପରିଡ଼ା  କେନ୍ଦ୍ରିୟ ବିଦ୍ୟାଳୟ ( ସେଣ୍ଟ୍ରାଲ ସ୍କୁଲ)ସଙ୍ଗଠନ ର ନିମାପଡ଼ା ଏନ.ଏ ସି ମଧ୍ୟରେ ଖୋଲା ହେବାକୁ ଯାଉଛି  ଏହି ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ଏବଂ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକ ଗ୍ରାମାଞ୍ଚଳ ବିଶ୍ବବିଦ୍ୟାଳୟ ପରିଣିତ କରିବାକୁ ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି। ଉତକର୍ଷ ନିମାପଡ଼ା ଗଠନ ସଂପର୍କରେ  ଓ  ନିମାପଡ଼ା ଏନ.ଏ.ସି ସ୍ମାର୍ଟ ମାର୍କେଟ, ମାଛ ମାର୍କେଟ, ନିମାପଡ଼ା ଓ ଗୋପ ଗୋଷ୍ଠୀ କେନ୍ଦ୍ରକୁ ,  ସମ୍ମିଳନୀ କକ୍ଷ ରାସ୍ତାଘାଟର ଉନ୍ନତି ଏବଂ ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୁଜ ମଧ୍ୟରେ ଥିବା ଭୁବନେଶ୍ବର କୋଣାର୍କ ଓ ପୁରୀ ମଧ୍ୟରେ ରେଳ ସଂଯୋଗ କରିବା , ଟ୍ରାଫିକ ସମାସ୍ୟା ହଟାଇବା ପାଇଁ  କୁଶଭଦ୍ରା  ନଦୀରେ ଦ୍ବିତୀୟ ବ୍ରିଜ ନିର୍ମାଣ  କରିବା , କୃଷିଭିତ୍ତିକ ଶିଳ୍ପ  ଓ ଟେକ୍ସଟାଇଲ  ଶିଳ୍ପ ପ୍ରତିଷ୍ଠା  କରିବାପାଇଁ କେନ୍ଦ୍ରିୟ ଅନୁଦାନ,  ଓଡ଼ିଶାର ପର୍ଯ୍ୟଟନ  ାିଳ୍ପର ବିକାଶ ପ୍ରକଳ୍ପ ଓ ରାଜ୍ୟ ସାମଗ୍ରିକ ବିକାଶ ଉପରେ  ଏକ ଚିତ୍ର ପ୍ରଦାନ କରିଥିବା ସୂଚନା ମିଳିଛ ।.ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସମ୍ବଳପୁର ସାସଂଦ ଧମେନ୍ଦ୍ର ପ୍ରଦାନଙ୍କୁ ସାକ୍ଷାତକରି ରାଜନୈତିକ  ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିଥିବା ସୁଚନା ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *