ପାନୀୟଜଳ ସମସ୍ୟାକୁ  ୫ଘଣ୍ଟା ଧରି ମହିଳାଙ୍କ ରାସ୍ତା ଅବରୋଧ

 

 

ନିମାପଡ଼ା ୧୯/୭( ଏ.ପି ନିୟୁଜ, ) ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ସଲଙ୍ଗ ଗ୍ରାମପଞ୍ଚାୟତର ଜଅଁରା  ଗ୍ରାମ ବ୍ଲକ ଠାରୁ ୬କିମି ଦୂରରେ ଅବସ୍ଥିତ ଏହି ଗ୍ରାମର ।ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଛନ୍ତି।  ଗ୍ରାମରେ ପାନୀୟ ଜଳ ପାଇଁ ଏସଭ୍ୟ ସମାଜରେ ପୋଖରୀ ଜଲ ପିଉଥିବା ଅଭି‌ଯୋଗଗ ହେଉଛି। ଏହି  ସଙ୍କଟ ଦୀର୍ଘ ବର୍ଷ ଧରି ଗ୍ରାମବାସୀମାନଙ୍କୁ କଲବଲ କରୁଛି।  ଓଭରହେଡ଼ ଟାଙ୍କି ଅଛି କିନ୍ତୁ  ପାଇପ ଯୋଗେ  ଗ୍ରାମରେ ପିଇବା ପାଣି ପହଁଞ୍ଚି ପାରୁ ନାହିଁ।   ଉକ୍ତ ଗ୍ରାମକୁ ପାନୀୟଜଳ ଯୋଗାଇବା ନିମନ୍ତେ  ପଞ୍ଚାୟତ ରାଜ ବିଭାଗ ଅଧିନରେ ଥିବା ନିମାପଡ଼ା ଗ୍ରାମୀଣ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ,ବିଡିଓ, ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରିଆସୁଥିବେଳେ କୈାଣସି ସ୍ଥାୟୀ ସମାଧାନ ନ ହେବାରେ ଗ୍ରାମବାସୀମାନେ ଶେଷରେ ଉପମୂଖ୍ୟ ମନ୍ତ୍ରୀଙ୍କୁ ଆପତ୍ତି ଅଭିଯୋଗ କରିଥିଲେ। ଗ୍ରାମବାସୀମାନେ ପୋଖରୀ ପାଣିକୁ  ପିଉଥିବା ଏବଂ ଗତ ୩ଦିନଧରି ଲଗାଣ ବର୍ଷ ହେବାରୁ  ପୋଖରୀ ପାଣି ଦୂଷିତ ହେବା ରୁ  ପାନୀୟଜଳର ଉତ୍କଟ ସ୍ଥିତି ଦେଖାଦେଇଥିଲା। ଏହି ସମାସ୍ୟାର  ସ୍ଥାୟୀ ସମାଧାନ ପାଇଁ ଗ୍ରାମର ଶତାଧିକ ମହିଳା ଗରା ବାଲିଟି ଧରିକୁ ଜଅଁରା ଗ୍ରାମ ଠାରେ  ନିମାପଡ଼ା- ବାମନାଳ ମୂଖ୍ୟ ରାସ୍ତାକୁ  ସକାଳ୬ରୁ  ୫ ଘଣ୍ଟା ଧରି  ଅବରୋଧ  କରିଥିଲେ।  ପିଇବା ପାଣି ମିଳୁନଥିବା ଅଭିଯୋଗକରି ଗ୍ରାମବାସୀମାନେ ଆଜି  ବିଭାଗୀୟ ଅଧିକାରୀ ବ୍ଲକ କର୍ତ୍ତୁପକ୍ଷଙ୍କୁ ସମାସ୍ୟାର ସମାଧାନ ପାଇଁ ଫୋନ କରିଥିଲେ ମଧ୍ୟ କୈାଣସି ଅଧିକାରୀ ଘଟଣାସ୍ଥଳକୁ ଆସିନଥିଲେ କି ସମାସ୍ୟାର ସମାଧାନ କିଭଳି ହେବ   ଉତ୍ତର ଦେଇନଥିଲେ। ଗ୍ରାମର କବିତା ପରିଡା,ସଞ୍ଜୟ ସ୍ୱାଇଁ,ରସାନନ୍ଦ ପରିଡା, ରଶ୍ମି ରଞ୍ଜନ ସ୍ୱାଇଁ,ଉତମ ପରିଡା,ସଂଯୁକ୍ତା ନାୟକଙ୍କ ସହିତ ଗ୍ରାମର ଓ୍ୱାର୍ଡସଭ୍ୟ ଗଙ୍ଗାଧର ପରିଡ଼ାଙ୍କ ସମେତ ଶତାଧିକ ମହିଳା ପାନୀୟଜଳ ଯୋଗାଣ ‌ଦାୟୀତ୍ୱରେ ଥିବା ଏସ୍ ଇ ଏମ୍ ଙ୍କୁ ତାଙ୍କର ଅବହେଳା ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କର ଖାମଖିଆଲ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାପାଳ ଲିଖିତ ଜଣାଇଥିଲେ। ସ୍ଥାନୀୟ ନେତୃତ୍ବମାନେ ସମାସ୍ୟାର ସମାଧାନ ହେବ ଓଭରହେଡ଼ ଟାଙ୍କିରୁ ଜଅଁରା ଗ୍ରାମକୁ ଅତିରିକ୍ତ ସମ୍ରୟ ପାଣି ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ମିଳିବାରୁ ରାସ୍ତା ଅବରୋଧ ହଟିଥିଲା। ଏପରି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ନିମାପଡ଼ା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *