ନିମାପଡ଼ା,୧୨/୮(ଏ.ପି ନିୟୁଜ) ଆଜି ନିମାପଡ଼ା ବିଦ୍ୟୁତ ଡ଼ିଭିଜନ ମଜଦୂର ମହାସଂଘର ମିଟର ରିଡ଼ର ମାନେ ୬ ଦଫା ଦାବୀନେଇ ଟିପିକୋଡ଼ିଏଲ ପରିଚାଳକଙ୍କ ଅଫିସ ଧାରଣାଦେଇ ଶାନ୍ତିପୁର୍ଣ୍ଣ ବିକ୍ଷୋଭ କରିଥିଲେ। ଆନ୍ଦୋଳନକୁ ନେଇ ଟପିକୋଡ଼ିଏଲର ପରିଚାଳକ ଓ ମିଟର ରିଡ଼ର ସଂଘର ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ସୁଚନା ପ୍ରକାଶ ପାଇଛି। ଆସନ୍ତାକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିବ ବୋଲି ଜଣାପଡ଼ିଛି। ମିଟର ରିଡ଼ରମାନେ ଦୀର୍ଘ ୧୫ ବର୍ଷ ହେବ ଟାଟା ପାୱାର ଅଧିନରେ ମିଟର ରିଡ଼ରଭାବେ କାର୍ଯ୍ୟକରିଆସୁଛନ୍ତି। କିନ୍ତୁ ଟାରଟା ପାୱାର ରାଜ୍ୟ ସରକାର ନିର୍ଦ୍ଧାରିତ କରିଥିବା ମଜୂରୀ ପ୍ରଦାନକୁ ବିଲୋପକରି ନିଯୁକ୍ତି ଏଜେନ୍ସି ହାତରେ ମିଟର ରିଡ଼ରଙ୍କ ଭାଗ୍ୟକୁ ଟେକିଦେଇଛନ୍ତି। ସରକାରଙ୍କ ମଜୁରୀ ନୀତିକୁ ଉଳଘଂନକରି ଏଜେନ୍ସି ମଜୁରୀ ମନମୁଖୀ ନିର୍ଦ୍ଦାରଣ କରୁଛନ୍ତି। ଯାହାକି ରାଜ୍ୟରେ ଥିବା ଶ୍ରମ ଆଇନକୁ ବିରୁଦ୍ଧାଚରଣ କରୁଛି। ଏହାସହିତ ୬ ଦଫା ଦାବୀ ଯଥା ରିଡ଼ରଙ୍କ ଛଟେଇକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ, । ଏମ.ବି.ସି କର୍ମଚାରୀଙ୍କୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦାରିତ ମଜୁରୀ ପ୍ରଦାନ କରାଯାଉ,। ମିଟର ରିଡ଼ରମାନେ ବ୍ୟବହାର କରୁଥିବା ବାଇକ ରେ ପେଟ୍ରୋଲ ପକାଇବାକୁ ମାସିକ ୨ଡଜାର ଟଙ୍କା ଏବଂ କଲେକ୍ଟରମାନଙ୍କୁ ୨୫୦୦ ହଜାର ଟଙ୍କା ପ୍ରଦାନ କରାଯାଉ. ।୧୭ଶହ ଟଙ୍କା ବିଲିଂଉପରେ ଅଧିକ ଅତିରିକ୍ତ ବିଲ କୁ ୭ଟଙ୍କା ଓ ୧୧ଶହ ମିଟର ରିଡ଼ିଂ ପରେ ପ୍ରତ୍ୟେକଙ୍କୁ ୯ ଟଙ୍କା ପ୍ରଦାନ କରାଯାଉ। । ମୋବାଇଲ ଡ଼ାଟା ଖର୍ଚ୍ଚ ବାବତକୁ ମାସିକ ୪ଶହ ଟଙ୍କା ପ୍ରଦାନ କରିବା, ବିଲ କଲେକ୍ଟରଙ୍କ କ୍ୟାସ ଜମା ପାଇଁ ସିସିଓ ବ୍ୟବସ୍ଥା କରାଯାଉ। ଟିପିକୋଡ଼ିଏଲର ନିମାପଡ଼ା ପରିଚାଳକ ବିଶ୍ବଭୂଷଣ ବେହେରା ମିଟର ରିଡ଼ର ସଂଘ ସଭାପତି ଶୁଭ୍ରାଶୁଂ କୁଣ୍ଡୁ, ପ୍ରଶାନ୍ତ କୁମାର ଓଝା, ଅମିତ କୁମାର ନାୟକ ଓ ତୋଫାନ ତରାଇ ପ୍ରମୁଖଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ବିଫଳ ହୋଇଥିବା ସଂଘ ସୁଚନା ଦେବାସହ ଆସନ୍ତାକାଲି ଠାରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମିଟର ରିଡ଼ର ସଂଘର ନେତାମାନେ ସାକ୍ଷାତକାରରେ କହିଛନ୍ତି। (ଫଟ)
ନିମାପଡ଼ା ବିଦ୍ୟୁତ ଡ଼ିଭିଜନର ମିଟର ରିଡ଼ର ସଂଘର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ଧାରଣା














Leave a Reply