ମାଉଣ୍ଟ ଆବୁ (ରାଜସ୍ଥାନ) ୧୬/୯(ଏ.ପି ନିୟୁଜ) ରାଜସ୍ଥାନର ମାଉଣ୍ଟ ଆବୁ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଠାରେଥିବା ମାନସରବର କ୍ୟାମ୍ପସରେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ ଜାତୀୟ କର୍ମଶାଳା ଗତ ୯ରୁ ୧୩ ପର୍ଯ୍ୟନ୍ତ ୪ ଦିନଧରି ଅନୁଷ୍ଠିତ ହୋଇଥିଲା ।ସମଗ୍ର ଦେଶରୁ ୧୦ ହଜାର ପ୍ରତିଷ୍ଠିତ ସମ୍ବାଦିକ ଶ୍ରେଷ୍ଠ ବିଶ୍ବ ଗଠନରେ ସଶକ୍ତ ମିଡ଼ିଆ ର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ରାଜଯୋଗ ଓ ଗଣମାଧ୍ୟମ ରିସର୍ଚ୍ଚ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ପତ୍ର ନିମାପଡ଼ା ସାସ୍ମ୍ବାଦିକ ସଂଘକୁ ଦିଆଯାଇ ଥିଲା। ୯ତାରିଖ ସଂଧ୍ୟାରେ ରାଜସ୍ଥାନର ରାଜ୍ୟସଭା ସାସଂଦ ଅଳକା ଗୁଲଜାର ସର୍ବଭାରିରୟ ଗଣମାଧ୍ୟମ ମାନଙ୍କ କର୍ମଶାଳାକୁ ଉଦଘାଟନ କରିଥିଲେ। କର୍ମଶାଳାରେ ଶ୍ରେଷ୍ଠ ବିଶ୍ବ ଗଠନରେ ପାଇଁ ସଶକ୍ତ ମିଡ଼ିଆ ସଂପର୍କରେ ଆଲୋଚନା ହୋଇଥିଲା। ଦ୍ବିତୀୟ ଦିନ ସତ୍ୟ ବିଶ୍ବାସ, ଏବଂ ପାରିଦଶିର୍ତାରେ ଗଣମାଧ୍ୟମର ଦାୟିତ୍ବ ପୁର୍ନପରିଭାଷା ସଂପର୍କରେ ରାୟପୁର ବରିଷ୍ଠ ସମ୍ବାଦିକ ମଧୁକର ଦ୍ବିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଦେଶର ଗଣଯୋଗାଯୋଗ ସଂସ୍ଥାର ଅଧ୍ୟାପନା କରୁଥିବା ବିଶିଷ୍ଟ ବ୍ୟକ୍ତି ଏବଂ ଦେଶର ପ୍ରତିଷ୍ଠିତ ସମ୍ବାଦ ପତ୍ରର ସଂପାଦକମାନେ ଯୋଗଦେଇ ଆଲୋଚନାରେ ଅଶଂ ଗ୍ରହଣ କରିଥିଲେ। ଇଶ୍ବରୀୟ ବିଶ୍ବ ବିଧ୍ୟାଳୟ ପକ୍ଷରୁ ରାଜ ଯୋଗ ରେ ପରତ୍ମାଙ୍କ ଅନୁଭୂତି ଏବଂନବାଚାର ଏବଂ ଉତ୍ତରଦାୟିତ୍ବ, ମାନବିକତାର ଆଙ୍କାକ୍ଷା ପୂର୍ତ୍ତି ହେତୁ ଗଣମାଧ୍ୟମର ସାର୍ଥକ ପ୍ରୟାସ, ବର୍ତ୍ତମାନ ସମୟେ;ର ସୋସିଆଲ ମିଡ଼ିଆ ର ଆବଶ୍ୟକତା ଉପରେ ଆଳୋଚନା ହୋଇଥିଲା।ଆଲୋଚନାରେ ଅଶଂଗ୍ରହଣ କରିଥିଲେ ଜାତୀୟ ସଂଯୋଜକ ଗଣମାଧ୍ୟମ ଆର.ଇ .ଆର ଏଫର ବି.କେ. ନିଙ୍କୁଜଂ , ଗଣମାଧ୍ୟମ ସଂସ୍ଥା ରୋହତକର ଆସୋସିଏଟ ପ୍ରଫେସର ସାରିକା ଟଖର ଏବଂ ଗୋୱାଲିୟର ଗଣମାଧ୍ୟମସଂସ୍ଥାର ବିକେ ପ୍ରହଲାଦ ଆଳୋଚନାରେ ଅଶଂ ଗ୍ରହଣ କରିଥିଲେ। ଏହି କର୍ମଶାଳାରେ ଯୋଗଦେଇଥିବା ଗଣମାଧ୍ୟମର ହସ୍ତିମାନଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ ରାଜଯୋଗିନି ବି.କେ. ଲକ୍ଷ୍ମୀ ଦିଦି ଓ ଅନ୍ୟ ରାଜଯୋଗୀମାନେ ଯୋଗ ଏବଂ ମେଡ଼ିଟେସନ ସଫଳ ଜୀବନ ହେତୁ କର୍ମ ଦର୍ଶନ । ବ୍ରହ୍ମାକୁମାରୀ ଆଧ୍ୟାତ୍ମିକ ସଂସ୍ଥା ଗଣମାଧ୍ୟମ ଏକ ବିଶ୍ବର ଶାନ୍ତିପାଇଁ ବହୁଦିନ ଧରି ଟିଭି ରେଡ଼ିଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କ୍ୟାମ୍ପେନ କରିଆସୁଛି। କର୍ମଶାଳାର ପ୍ରତିଦିଦ ସଂଧ୍ୟାରେ ସାସଂସ୍ଖୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ, ଭାରତନାଟ୍ୟମ, କଥକ ଆଦି ଡ଼ୃତ୍ୟ ସର୍ବଭାରତୀୟ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷର କରାଯାଇଥିଲା। ଦେଶରୁ ଆସିଥିବା ଗଣମାଧ୍ୟମର ବ୍ୟକ୍ତିମାନଙ୍କୁ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ମାଉଣ୍ଟ ଆବୁରେ ଥିବା ପ୍ରସିଦ୍ଧ ସ୍ଥାନ ଗୁଡ଼ିକ ବୁଲାଇ ଦେଖାଇଥିଲେ। ଯୋଗଦେଇଥିବା ୧୦ ହଜାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆତିଥ୍ୟୟତା ପ୍ରଦାନ କରାଯାଇଥିଲା। ରାଜ୍ୟସରକାର ପର୍ଯ୍ୟଟନ ବିଭାଗରଅମ୍ବାସାଡ଼ର ଭାବେ ନିମାପଡ଼ାର ୯ଜଣ ଗଣମାଧ୍ୟମ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇ ଫେରିଛନ୍ତି।















Leave a Reply