ନିମାପଡ଼ାର ଦେଶୀ ମଦଭାଟି ସରକାରଙ୍କ ନିୟମକୁ ଉଲଘଂନ

ନିମାପଡ଼ା, ୧୬/୭(ସପ୍ର)  ଜୟଶ୍ରୀ ଛକରେ ପୁରୀ ଜିଲା ପ୍ରସାଶନ ପକ୍ଷରୁ  ଏକ ଦେଶି ମଦଭାଟି ଖୋଲିବାକୁ ଅନୁମତି ଦେଇଛନ୍ତି। ମଦଭାଟି ମାଲିକ ସରକାରୀ ନିୟମକୁ ଉଲଘଂନକରି  ତାଙ୍କ ମନମୁତାବ ଖୋଲି ମଦୁଆଙ୍କ ପ୍ରତ୍ସୋହନ ଦେଉଛନ୍ତି। ଜୟଶ୍ରୀ ଛକ ନିକଟରେ ସରକାର ଏକ ଦେଶୀ ମଦଦୋକାନ ଖୋଲିଥିବାରୁ  ଏହି ଅଞ୍ଚଳରେ ଶାନ୍ତି ବ୍ୟାହତ ହେଉଥିବା ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ନିକଟରେ ଏକ ମହିଳା କଲେଜ ରହିଛିଶହଶହ ଛାତ୍ରୀ ଏହି ଛକରେ ଯାତାୟତ ପାଇଁ ଏଠାରେ  ଥିବା ବସଷ୍ଟାଣ୍ଡରେ ଅପେକ୍ଷା କରିଥାନ୍ତି। ଏବଂ ଛକ ନିକଟରେ ଥିବା ଏକ ମଣ୍ଡପରେ ଗଣେଷ ମହାପ୍ରଭୁ ପୂଜା ପାଉଛନ୍ତି ,ଶହ ଶ୍ରହ ଶ୍ରଦ୍ଧାଳୁଙ୍କ  ଗଣେଷ ମହାପ୍ରମୁଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା ସକାଳେ ଏବଂ ସଂନ୍ଦ୍ୟାରେ  ଆସିଥାନ୍ତି।।ଜୟଶ୍ରୀ ଛକରେ ଥିବା ମଦ ଭାଟିରୁ ମଦ ପିଇ ମଦୁଆମାନେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା କାରଣରୁ  ଏହି ଛକରେ ଅଶାନ୍ତି ବ୍ୟାପୁଛି। ସରକାରଙ୍କ ଅବକାରୀ ବିଭାଗ  ମଦଭାଟି ଖୋଲିବା ପାଇଁ   ଦିନ ୧୦ଟା ୩୦ପରେ ଖୋଲିବା ସମୟ ଧାର୍ଯ୍ୟ କରିଛନ୍ତି କିନ୍ତୁ ଜୟଶ୍ରୀ ଉକରେ ଥିବା ଦେଶି ମଦ ଦୋକାନ ସକାଳ  ୮ଟାରେ ଖୋଲି ଦେଇଥିବାରୁ  ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାପୁରୁଷ  ଛାତ୍ରଛାତ୍ରୀମାନେ  ଦେଶୀମଦ ପିଇ ମାତାଲ ହେଉଥିବା ମଦୁଆଙ୍କ  ଅଶାଳୀନ ବ୍ୟବହାରର ଶିକାର ହେଉଛନ୍ତି । ମଦଭାଟି ସ୍ଥାନାନ୍ତର କରିବାକୁ ଏହି ଅଞ୍ଚଳର ବରିଷ୍ଠ ନାଗରିକଓ ନାରୀ ନେତ୍ରୀମାନେ  ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *