ନିମାପଡ଼ା, ୨୧/୭(ଏ.ପି ନିୟୁଜ)) ଭାଜପା ସରକାର ୨ବର୍ଷର ଶାସନ କାଳ ମଧ୍ୟରେ ବିକାଶ ର ଧାରା ଓଡ଼ିଶା ସାରା ଯୋଜନା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦୃଢ ନେତୃତ୍ବ ଯୋଗୁଁ ରାଜ୍ୟସରକାର ନିମାପଡ଼ାର ବିକାଶ କାର୍ଯ୍ୟପାଇଁ ପାଣ୍ଠି ଯୋଗାଇ ଦେଇ ଗ୍ରାମ୍ୟ ଜୀବନକୁ ସରଳୀ କରଣ କରିବାପାଇଁ ଆର.ଡ଼ି ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳର ରାସ୍ତାଘାଟ, ପୋଲ, କୋଠାବାଡ଼ି ନିର୍ମାଣ ପାଇଁ ୬୪ କୋଟି ୬୬ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ନିମାପଡ଼ା ଅଞ୍ଚଳର ଜନସାଧାରଣଙ୍କ ପାଦରେ କାଦୁଅ ଯେପରି ନ ଲାଗିବ ସେଥିପାଇଁ ନିମାପଡ଼ାର ରାସ୍ତାଗୁଡ଼ିକର ଉନ୍ନତି କରଣ ପାଇଁ ରାଜ୍ୟସରକାର ଦେଇଥିବା ଅନୁଦାନରେ ୧୬ ଟି ପ୍ରକଳ୍ପ ନିର୍ମାଣ ହେବ। ସେତୁବନ୍ଧ ଯୋଜନାରେ ସାତପୁରୀ ନିଆଳୀ ରାସ୍ତାର ଏକ ନାଳ ଉପରେ ୩କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରିଜ ଏବଂ ତୁଳସୀପୁର ରଚହଟା ବନ୍ଦେଶ୍ବର ମହାଦେବ ମନ୍ଦିର ଠାରେ ପ୍ରାଚୀ ନଦୀ ଉପରେ ୭କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ହାଇଲେବୁଲ ବ୍ରିଜ ନିର୍ମାଣର ଭିତ୍ତି ପ୍ରସ୍ତର କରାଯାଇଛି। ଏହି ବ୍ରିଜ ନିର୍ମାର ଶେଷ ହେଳେ ପୁରୀ ଜିଲା ଓ କଟକ ଜିଲା ମଧ୍ୟରେଥିବା ରାସ୍ତା ବ୍ୟବଧାନ କମିଯିବ। ଏନ.ଏ.ସି ଅଞ୍ଚଳର ଭୁବନପୁର ଠାରେ ୨କୋଟି ଟଙ୍କା ବ୍ୟୟରେ ଏକ ବହୁମୁଖୀ ପ୍ରେକ୍ଷାଳୟ ନିର୍ମାଣ କରାଯିବ ନିର୍ବାଚନ ସମଞରେ ଦେଇତିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ବଡ଼ ନିନିଗାଁ ଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ୨ କୋଟି ଟଙ୍କା ବ୍ୟୟରେ ଏକ କୋଠାର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେହିଭଳି ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୫ ଟି ରାସ୍ତା ଉନ୍ନତି କରଣ ୨୩ କୋଟି ୫୦ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ୍ଥାପନ ଆଜି ମଧ୍ୟାହ୍ନରେ ନିମାପଡ଼ା ଆରଡ଼ି ଅଧୀକ୍ଷଣ ଯନ୍ତ୍ରୀ ଅଫିସ ପରିସରରେ କରିଛନ୍ତି। ଏହି ଉତ୍ସବରେ ଅଧୀ୪ର ଯନ୍ତ୍ରୀ ମୈାସୁମୀ ମିଶ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହରିଶ ଚନ୍ଦ୍ର ପୃଷ୍ଟି ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ତାନଶ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ,
ଆର.ଡ଼ି ବିଭାଗର ୬୪ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନକଲେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା









Leave a Reply