ଉପ ମୁଖ୍ୟମନ୍ତ୍ରୀ ଶ୍ରମତୀ ପରିଡ଼ାଙ୍କ ଉଦ୍ୟମରେ ନିମାପଡ଼ା କଳେଜର ଯୁବାବର୍ଗ ପ୍ରତିଭାଙ୍କ ସହିତ କ୍ରିଡ଼ାର ବିକାଶ ପାଇଁ ଆଲୋଚନା କରିବେ, ପ୍ରଧାନମନ୍ତ୍ରୀ

 ନିମାପଡ଼ା,୨୫/୮(ଏ.ପି ନିୟୁଜ) ଜାତୀୟ ଖେଳ ଦିବସ ଆସନ୍ତା ୨୭ରେ  ସମଗ୍ର ଦେଶରେ ପାଳିତ  ହେବାକୁ ଯାଉଛି। ଏହି ଦିନଟି ହେଉଛି ବିଶିଷ୍ଟ ହକିଖେଳାଳୀ ଧାନ ଚାନ୍ଦଙ୍କ ଜନ୍ମ ଦିନ। ନିମାପଡ଼ାର ବିଧାୟିକା ତଥା ରାଜ୍ୟ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ୟମ ଯୋଗୁଁ  ନିମାପଡ଼ା (ସ୍ବୟଂ ) କଳେଜର ଯୁବାବର୍ଗମାନେ ଦେଶର କ୍ରିଡ଼ା କ୍ଷେତ୍ରକୁ ବିଶ୍ବରେ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଯୋଜନା କରିଛନ୍ତି  ସେହି କାର୍ଯ୍ୟକ୍ରମରେ ନିମାପଡ଼ା କଲେଜକୁ   ଅନ୍ତର୍ଭୁକ୍ତ କରାଯାଇଥିବା ପୁରୀ ଜିଲା ଯୁବ ବିକାଶ ବିଭାଗ ସୁଚନା ଅଧିକାରୀ ସଶ୍ରୀ ସଂଙ୍ଗୀତା ମହାପାତ୍ର ସୁଚନା ଦେଇଛନ୍ତି। ଦେଶର ଯୁବ କ୍ରିଡ଼ା ପ୍ରତିଭାମାନଙ୍କୁ ଚିହ୍ନଟକରି  ବିକଶିତ ଭାରତ କ୍ରିଡ଼ାକୁ ଆଗେଇ ନେବାପାଇଁ ଯୋଜନାରେ ସାମିଲ କରିବାପାଇଁ  ଖେଳାଗା ଭାରତ ଜିତେଗା ଭାରତ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଚଳିତମାସ ୨୭ ତାରିଖରେ ଜାତୀୟ ଖେଳ ଦିବସ ପାଳନ କରିବାକୁ ଯାଉଛି। ଜାତୀୟ ଖେଳ ଦିବସରେ ଯୁବା ବର୍ଗମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବା ପାଇଁ ଉକ୍ତଦିନ ୮ଲକ୍ଷ ବ ଯୁବାକ୍ରିଡ଼ା ପ୍ରତିଭାମାନେ  ବିକଶିତ ଭାରତ କ୍ରିଡ଼ା ଯୋଜନାରେ   ଭରଚ୍ୟୁଆଲରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଭାରତ ସରକାରଙ୍କ ଯୁବ ମନ୍ତ୍ରଣାଳୟ ନୂଆ ଦିଲ୍ଲୀ ସୁତ୍ରରୁ ପ୍ରକଶ।   ନିମାପଡ଼ା କଲେଜ ଅଧ୍ୟକ୍ଷ ଡ଼ ରାଜକିଶୋର  ମିଶ୍ର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରଚ୍ୟୁଆଲ ଙ୍କ  କାର୍ଯ୍ୟକ୍ରମର  ସଫଳପାଇଁ  ଅଧ୍ୟାପକମାନଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରିଛନ୍ତି।  ଏହି କମିଟି  କେଉଁ ଯୁବାଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିବେ ସେମାନଙ୍କୁ ଚୟନ କରାଯାଇଛି।  ସୁଚନାଯୋଗ୍ୟ ରାଜ୍ୟରେ  ୩୦ଟି ଜିଲାର ଥିବା ୨ଟି କଲେଜକୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଛି। ଏହିକାର୍ଯ୍ୟକ୍ରମ ପାଇଁ କଲେଜମାନଙ୍କୁ ରେଟିଂ କରାଯାଇଛି। ନିମାପଡ଼ା କଳେଜ ରେଟିଂରେ ଏ ଗ୍ରେଡ଼ରେ ରହିଛି। ନିମାପଡ଼ା କଲେଜର ଯୁବାବର୍ଗମାନେ ୨୭ ତାରିଖ ପୂର୍ବାହ୍ନ ୧୧ରେ ୧୫ ମିନିଟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦିଙ୍କ ସହ ୨୦୩୭ସିହାରେ ଦେଶର କିଭଳି  ବିଶ୍ବ   କ୍ରିଡ଼ା କ୍ଷେତ୍ରରେ ଆଗୁଆହେବ ଓ ବିକାଶିତ ହେବ ସେ ସଂପର୍କରେ ଆଲୋଚନା କରିବେ ଏବଂ ପରାମର୍ଶ ନେବେ। ପୁରୀର ଏସସିଏସ କଲେଜସ୍ଥାନ ପାଇଛି କିନ୍ତୁ କଲେଜର ଯୁବାବର୍ଗ ପ୍ରଧାନମନ୍ତ୍ରୀ ଭରଚ୍ୟୁଆଲ କାର୍ଯ୍ୟକ୍ରମ ଦେଖିପାରିବେ କିନ୍ତୁ ନିମାପଡ଼ା କଲେଜ ଯୁବାବର୍ଗର ଛାତ୍ରମାନେ କାର୍ଯ୍ୟକ୍ରମ ଦେଖିବାସହ ଆଲୋଚନା କରିବେ। ଏହି ସୁଚନା ମିଳିବାପରେ ଆଜି କଲେଜ ପକ୍ଷରୁ ଏକ ଗଣମାଧ୍ୟମ ପ୍ରତିନିଧିମାଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା। ନିମାପଡ଼ା କଳେଜର ଛାତ୍ରମାନଙ୍କ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସଭା ସଦସ୍ୟ ବିଭୁ ପ୍ରସାଦ ତରାଇଙ୍କ ସହ  ଦେଶ ଓ ରାଜ୍ୟ ପାଇଁ  କ୍ରିଡ଼ାରେ ପ୍ରତିନିଧିତ୍ବ କରିଥିବା ଯୁବ କ୍ରିଡ଼ା ପ୍ରତିଭାଓ ସାଧାରଣ ଲୋକମାନେ ଉପସ୍ଥିତ ରହିବାପାଇଁ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ଯୁବ ବିକାଶ ବିଭାଗ ଓ ନିମାପଡ଼ା ମହାବିଦ୍ୟାଳୟର କ୍ରିଡ଼ା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି।  ଏହି ଗଣମାଧ୍ୟମ ସମ୍ମିଳନୀ ବେଳେ ପ୍ରାଶାସନିକ ଅଧିକାରୀ ଡ଼ ରବିନ୍ଦ୍ର କୁମାର ପାଢୀ, ଅଧ୍ୟାପକ ସୁବ୍ରତ ମହାନ୍ତି , ମାନସ ରଞନ ସ୍ବାଇଁ ଏବଂ ଜାତୀ୍ୟ ସେବାସଂସ୍ଥାର ଅଧିକାରୀ  ଅଧ୍ୟାପକ ଡ଼ ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ତିତ ଥିଲେ।

Leave a Reply

Your email address will not be published. Required fields are marked *