ନିମାପଡ଼ା୭/୮( ଏ.ପି ନିୟୁଜ) ଗତ ଏକ ସପ୍ତାହଧରି ପରିଷଦ ଅନ୍ତର୍ଗତ ପାଟପୁରରେ ଆତଙ୍କ ସୃଷ୍ଟିକାରୀ ପାଗଳା ମାଙ୍କଡ଼କୁ ଧରିଛି ବନବିଭାଗ। ପାଗଳ ମାଙ୍କଡ଼ ଆକ୍ରମଣରେ ୫ ଜଣ ବ୍ୟକ୍ତି ଆହତ ହେବାରୁ ଉଦବେଗ ପ୍ରକାଶ ପାଇଥିଲା। ଏ ସଂପର୍କରେ ବନ ବିଭାଗରେ ଅଭିଯୋଗ ହେବାରୁ ଆଜି ଗୋପ ୱାଇଲଡ଼ ଲାଇଫ ରେଞ୍ଜର ସୁଦର୍ଶନ ଦେଉରୀଙ୍କ ନେତୃତ୍ବରେ ନିମାପଡ଼ା ଜଙ୍ଗଲ ଅଧିକାରୀ ବଳଭଦ୍ର ନାୟକ ଅକ୍ଲାନ୍ତ ପରିଶ୍ରମ କରି ମାଙ୍କଡ଼କୁ ଧରିନପାରିବାରୁ ଟ୍ରାଙ୍କୁଲାଇଜକରି ପାଗଳ ମାଙ୍କଡ଼କୁ ନିଜ ଅକ୍ତିଆରକୁ ଆଣିଥିଲେ। ମାଗଳ ମାଙ୍କଡ଼କୁ ନେଇକୋଣାର୍କ ଅଭୟାଣ୍ୟରେ ଛଡ଼ାଯିବ ବୋଲି ଜଙ୍ଗଲ ବିଭାଗ ସୁତ୍ରରୁ ପ୍ରକାଶ।
ପାଟପୁରରେ ଆତଙ୍କ ଖେଳାଇଥିବା ମାଙ୍କଡ଼କୁ ଧରିଲା ବନବିଭାଗ












Leave a Reply