ନିମାପଡ଼ା ଅଟୋ କଲେଜରରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ଼ଃ ରାଜକିଶୋର ମିଶ୍ର

ନିମାପଡ଼ା, ୨୧/୭( ଏ.ପି ନିୟୁଜ) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ  ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟକ୍ଷ   ପଦରେ  ଗବେଷକ ତଥା ପ୍ରାାସନିକ ଅଭିକ୍ଷତା ଥିବା ଡ଼ଃ ରାକିଶୋର ମୀଶ୍ରଙ୍କୁ  ନିଯୁକ୍ତି ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ମିଶ୍ର ଆଜି  ନିମାପଡ଼ା ଅଟୋ କଲେଜରେ ତାଙ୍କ କାର୍ଯ୍ୟଭାର ସମ୍ଭାଳିଛନ୍ତି।  ‌ଡ଼ଃ ମିଶ୍ର ମହର୍ଷି କଲେଜ ଅଫ ନାଚୁରାଲ ଲ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟଭାବେ ବହୁ ବର୍ଷ ଧରି ଅଧ୍ୟାପନା କରିଥିଲେ ଏବଂ  ତାଙ୍କର ବହୁ ସନ୍ଦର୍ଭ ଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ସେ ଖଡ଼ଗପୁର ଆଇଆଇଟିରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ନୂତନ ଅଧ୍ୟକ୍ଷଭାବେ ଡ଼ଃମିଶ୍ର ଯୋଗଦେବା ଫଳରେ ତାଙ୍କ ଦିଗଦର୍ଶନ  ନିମାପଡ଼ା ଅଟୋ  କଲେଜ ଶିକ୍ଷା, ଗବେଷଣା  ବିକାଶ କ୍ଷେତ୍ରରେ ସଫଳତା ହାସଲ କରି ଆଗକୁ ବଢିବ। ନୂତନ ଅଧ୍ୟକ୍ଷଙ୍କୁ ମହାବିଦ୍ୟାଳୟର, ଛାତ୍ରଛାତ୍ରୀ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କ ପକ୍ଷୁର ସମ୍ବର୍ଦ୍ଦନା ଦିଆଯାଇଛି।

Leave a Reply

Your email address will not be published. Required fields are marked *