ନିମାପଡ଼ା, ୮/୯( ଏ.ପି ନିୟୁଜ)ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଆଇକ୍ୱିଏସି ଦ୍ୱାରା ଓ ଅଧ୍ୟକ୍ଷ ଡ. ରାଜକିଶୋର ମିଶ୍ର ଙ୍କ ଅଧ୍ୟକ୍ଷତାରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ଏକ କ୍ୟାରିଅର କାଉନ ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆଲୋଚକ ଭାବରେ ଶ୍ରୀଯୁକ୍ତ ସୁଜିତ୍ ଦାସ ମହାପାତ୍ର ଡିଜିଟାଲ ଯୁଗରେ କୃତ୍ରିମ ଗୁଣବତ୍ତା ର ପ୍ରୟୋଗ ଓ କ୍ୟାରିୟର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯକ୍ରମରେ ମାନସ ରଞ୍ଜନ ସ୍ବାଇଁ ଅତିଥି ପରିଚୟ କରିବା ସହିତ, ଡ ରବୀନ୍ଦ୍ର ନାଥ ପାଢ଼ୀ, ଡ. ନନ୍ଦିନୀ ପଟ୍ଟନାୟକ, ସଂଯୋଜିକା ସ୍ୱପ୍ନାରାଣୀ ମିଶ୍ର, ପ୍ରଣିତା ଆଚାର୍ଯ୍ୟ,ଡ ସାଗରିକା ବିଶ୍ୱାଳ, କୁମର ମଣି ଜେନା, ସୁମତି ବିଶ୍ୱାଳ, ସାହିଷ୍ଟା ପରବୀନ୍, ଶକ୍ତି ସ୍ୱରୂପା ବାରିକ, ମମତା ରାଣୀ ସ୍ବାଇଁ ଙ୍କ ସହିତ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।













Leave a Reply