ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୋଗାଯୋଗ ଦକ୍ଷତା ସମ୍ବନ୍ଧୀୟ କର୍ମଶାଳା

 

ନିମାପଡ଼ା, ୨୨/୯( ଏ.ପି ନିୟୁଜ)) ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରାଜକି‌ୋାର ମିଶ୍ରଙ୍କ ଅଧ୍ୟକ୍ଷତାରେ, ଯୋଗାଯୋଗ ଦକ୍ଷତା ; ସମ୍ବନ୍ଧୀୟ ଏକ କର୍ମଶାଳା  କୃାରିଅର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ ପକ୍ଷରୁ  ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଭାବେ ସୋଆ ବିଶ୍ବ ବିଦ୍ୟାଳୟ ସହକାରୀ ପ୍ରଫେସର  ଡ଼ଃ କବିତା କୁମାରୀ  ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଇମେଲରେ , ବ୍ୟବସାୟିକ ଚିଠି, ସିଭି , ରିଜ୍ୟୁମ ଆଦି ଲେଖିବା ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ ।ଅଧ୍ୟାପକ ମାନରଞନ ସ୍ବାଇଁ ଅତିଥିମାନଙ୍କ ପରିଚୟ ଦେବାସହ କର୍ମଶାଳା ସଂପର୍କରେ ସୁଚନା ଦେଇ କର୍ମାଶାଳା ଆୟୋଜିତ ହେବାଦ୍ବାରା କିଭଳି ଛାତ୍ରଛାତ୍ରୀମାନଙ୍କର ଉପଯୋଗୀ ହୋଇପାରିବ କହିଥିଲେ।  ସ୍ବପ୍ନାରାଣୀ ମିଶ୍ର ବର୍ତ୍ତମାନ ସମୟରେ  ଯୋଗାଯୋଗ ଦକ୍ଷତାର କିଭଳି  ଗୁରୁତ୍ବରହିଛି ସେ  ସଂପର୍କରେ ସୂଚନା ଦେଇଥିଲେ । ଡ଼ଃ ରବିନ୍ଦ୍ର ନାଥ ପାଢୀ, ଡ଼ଃ ପଦ୍ମାଳୟା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଶତାଧିକ ଛାତ୍ର ଛାତ୍ରୀମାନେ କର୍ମଶାଳାରେ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *