ସାହିତ୍ୟ ସଂସଦ ର କବିତା ଉତ୍ସବ “ଶ୍ରାବଣୀ କନ୍ୟା

ଅସ୍ତରଙ୍ଗ(ଏ.ପି ନିୟୁଜ), ବିଶ୍ଵ ବନ୍ଦିନୀ ସାହିତ୍ୟ ସଂସଦ, ପକ୍ଷରୁ ଗତ ୯ ତାରିଖ ଦିନ କବିତା ଉତ୍ସବ”ଶ୍ରାବଣୀ କନ୍ୟା ” ଅନୁଷ୍ଠିତ ହୋଇ ଯାଇ ଅଛି l  କବିତା ଉତ୍ସବକୁ  ଦୁଇଟି ଭାଗରେ ବିଭକ୍ତ ହୋଇଥିଲା ଅନୁଷ୍ଠିତ  କବିତା ଆସର ର ପ୍ରଥମ ପର୍ଯ୍ୟାୟ ରେ କବି ଗଙ୍ଗାଧର ଓଝା ସଭାପତିତ୍ୱ କରିଥିବା ବେଳେ, ଅତିଥି ଥିଲେ, ବେଳାଭୂମି ସାହିତ୍ୟ ସଂସଦ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ଜିବେଶ୍ୱରୀ ପଟେଲ, ପ୍ରବୀଣ ସୁବୁଦ୍ଧି,ହୃଦାନନ୍ଦ ଶାସମଲ ଶୋଭାକର ବେହେରା ପ୍ରଭୁତି ରହିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ, ରେ ବ୍ୟଙ୍ଗ କବି ସତ୍ୟା ନାଶ କବି ଦୀପ୍ତି,ମହାନ୍ତି, ସୁଶାନ୍ତ କୁମାର ଶତପଥୀ,ଡ଼କ୍ଟର ମିନା କୁମାରୀ ପ୍ରଧାନ, ଡ଼କ୍ଟର ବଟ କିଶୋର ରାୟ ପ୍ରମୁଖ l କବି ସୁକାନ୍ତ ଚରଣ ଖୁଣ୍ଟିଆ, ଜୟନ୍ତୀ ସ୍ୱାଇଁ, ଶାନ୍ତିଲତା ସାହୁ, ଅଶୋକ କୁମାର ଦଳାଇ, ଙ୍କ ସମେତ ୫୦ଉର୍ଦ୍ଧ କବି ଓ କବୟିତ୍ରୀ ସେମାନ ଙ୍କର ସ୍ୱ ରଚିତ କବିତା ପାଠ କରିଥିଲେ ବି ସୁକାନ୍ତ ଚରଣ ଖୁଣ୍ଟିଆ ଙ୍କ କବିତା ସବୁଠାରୁ ଭଲ ଥିଲା l ପ୍ରଥମ ପର୍ଯ୍ୟାୟ ରେ ଆସିଥିବା ପାଞ୍ଚଗୋଟି ସଂକୀର୍ତନ ମଣ୍ଡଳୀ ପର୍ଯ୍ୟାୟକ୍ରମେ ସେମାନ ଙ୍କର ସଂକୀର୍ତ୍ତଣ ପରିବେଷଣ କରି ଥିବା ସ୍ଥଳେ, ଓଡିଶୀ ନୃତ୍ୟ ସହ କୋଦଣ୍ଡ ଧର ସାହୁ ଙ୍କ ଦ୍ଵାରା ଭଜନ ବି ଗାନ କରା ଯାଇଥୁଲା l କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କବି ଓ କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ,କାର୍ଯ୍ୟକ୍ରମ କୁ ପରି ଚାଳନା କରି ଥିଲେ ବ୍ୟଙ୍ଗ କବି ତଥା ଅନୁଷ୍ଠାନ ର ସମ୍ପାଦକ ସମ୍ପଦ ରଥ

Leave a Reply

Your email address will not be published. Required fields are marked *