ମନ୍ଦିର ରୋଷସାଳା ଓ ସ୍ୱର୍ଗ ସ୍ୱର୍ଗ ଦ୍ୱାର କୁ ଝାଉଁ କାଠ ଯୋଗାଣର ମୁଖ୍ୟ ଭୂମିକା ନେଇଛି ଅସ୍ତରଙ୍ଗ ବନଖଣ୍ଡ

ଅସ୍ତରଙ୍ଗ୯/୮ ,(ଏ.ପି. ନିୟୁଜ)ଦୀର୍ଘ ବର୍ଷ ଧରି ପୁରୀ ଶ୍ରୀମନ୍ଦିର ରୋଷସାଳା ଏବଂ ପବିତ୍ର ସ୍ୱର୍ଗ ଦ୍ୱାର କୁ ଟ୍ରକ ଟ୍ରକ ଝାଉଁ କାଠ ଯୋଗେଇ ଆସୁଚି ଅସ୍ତରଙ୍ଗ ବନ ବିଭାଗ। କିପରି ଏହି ଦୁଇ ପ୍ରମୁଖ ସ୍ଥାନ ରେ କାଠ ର ଅଭାବ ନ ହୁଏ ତାକୁ ଦୃଷ୍ଟି ରେ ରଖି ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ଦେବୀ ନଦୀ ମାଉଥ ଠାରୁ ଦୀର୍ଘ ୨୫ କିମି ଝାଉଁ ଚାରା ରୋପଣ କରିଛି ବନ ବିଭାଗ l ଅଳ୍ପ କିଛି ଜାଗାରେ ପାଣି ଜମି ରହବା ସହ ବୁଲା ଗାଈ ଗୋରୁ, ବନ୍ୟ ଜନ୍ତୁଙ୍କ ଦ୍ୱାରା ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଉ ସବୁ ସ୍ଥାନ ରେ ଲାଗିଥିବା ହଜାର ହଜାର ସଂଖ୍ୟକ ଝାଉଁ ଗଛ ବଡ଼ ହୋଇ ଏଵେ ଆଠ ରୁ ଦଶ ଫୁଟ ଉଚ୍ଚ ହେଲାଣି । ପୁରୀ ଶ୍ରୀ ମନ୍ଦିର ଓ ସ୍ୱର୍ଗ ଦ୍ଵାର ର ବ୍ୟବହୃତ ଜାଳେଣି କାଠ ପାଇଁ ଏହି ସବୁ ଝାଉଁ ଗଙ୍ଗଲକୁ ଜଙ୍ଗଲ ବିଭାଗ ଦେଖାଶୁଣା କରୁଛି।
ଦୈନିକ ଦୁଇ ଟ୍ରକ କାଠ ମନ୍ଦିର ଓ ସ୍ୱର୍ଗ ଦ୍ଵାରା ମଧ୍ୟ ଯାଉଥିବା ଜଙ୍ଗଲ ବିଭାଗ ସୁଚନା ଦେଇଛି  l ପ୍ରାକୃତିକ ବିପର୍ଯୟ ର ଶିକାର ହେଉଥିବା ଅସ୍ତରଙ୍ଗ ସମୁଦ୍ରକୂଳବର୍ତ୍ତୀ ଗ୍ରାମ ଗୁଡିକୁ ଯେପରି ସୁରକ୍ଷିତ ରଖିହେବ ସେଥିପାଇଁ ଅଧିକ ଝାଉଁ ଜଙ୍ଗଲ ସୃଷ୍ଟି  କରିବା ଆବଶ୍ୟକ।  । ପୂର୍ବରୁ ରୋପଣ ହୋଇ ମରିଯାଇଥିବା କିମ୍ବା ଅନ୍ୟ କୌଣସି କାରଣ ରୁ କ୍ଷତିଗ୍ରସ୍ତ ହୋଇଥିବା ଚାରା ଗଛ ହଟିଆ ଯାଇ ସେ ସ୍ଥାନ ରେ ନୂତନ ଚାରା ରୋପଣ କରାଯାଇ ସେହି  ତାରର ଯତ୍ନ ନିଆ ଯାଉଛି। ଏ ସମ୍ବନ୍ଧରେ ବନ ଖଣ୍ଡ ଅଧିକାରିଣୀ ମୋନାଲିସା ମହାପାତ୍ର ଙ୍କୁ ପଚାରିବାରୁ ସେ ତାଙ୍କ ମତାମତ ରେ କହିଲେ ଯେ ଯେହେତୁ ନିୟମ ଅନୁସାରେ ଜୁଲାଇ, ଅଗଷ୍ଟ ଦୁଇ ମାସ ରେ କ୍ଷତି ଗ୍ରସ୍ତ ଗଛ ହଟିଆ ଯାଇ ନୂତନ ଗଛ ଲାଗିଥାଏ ଏଵେ ସେଇ ପ୍ରକ୍ରିୟା ଚାଲୁ ଅଛି ଏବଂ ସେହି ସବୁ ସ୍ଥାନରେ ଆଗାମୀ ଦିନ ରେ ଏକ ସୁନ୍ଦର ଝାଉଁ ଜଙ୍ଗଲ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *