ଗୁରୁଦିବସରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ପୂଜ୍ୟପୂଜା ସମାରୋହ

ନିମାପଡ଼ା,୫/୯(ଏ.ପି ନିୟୁଜ))  ଗୁରୁଦିବସ  ପାଳନ ଅବସରରେ  ସ୍ଥାନୀୟ ବିଧାୟିକା ତଥା  ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ବାରା ନିମାପଡ଼ା ଅଟୋ କଲେଜ ର ଗ୍ୟାଲେରୀ ହଲରେ ଆଜି ପୁଜ୍ୟପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।    ନିମାପଡ଼ା ବ୍ଲକର ଅବସର ନେଇଥିବା ପ୍ରାୟ ଅଢେଇଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଙ୍କୁ ବେକରେ ଉତ୍ତରୀୟ ପିନ୍ଧାଇ  ଫୁଲ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସମ୍ବର୍ଦ୍ଧିତ ସ ସମ୍ମାନ୍ନି କରିଛନ୍ଲେତି।ଗୁରୁଦିବସରେ ନିମାପଡ଼ାରେ ପୁଜ୍ୟପୁଜା ସମାରୋହ କରି   ଶିକ୍ଷକଙ୍କୁ  ସମ୍ବର୍ଦ୍ଦନା ଜଣାଇ ଏକ ନୂତନ ପୂଜ୍ୟ ପୂଜା  ପରମ୍ପରା ତିଆରି କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆଜି ନିମାପଡ଼ା ଅଟୋକଲେଜରେ  ନିମାପଡ଼ା ବ୍ଲକ  ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୫ଶହରୁ ଉର୍ଦ୍ଦ ଶିକ୍ଷକ ଓ  ଶିକ୍ଷୟିତ୍ରୀ ଏବଂ ଶିକ୍ଷା ଅଧିକାରୀମାନଙ୍କ ଗହଣରେ ଶିକ୍ଷାଦାନ କ୍ଷେତ୍ରରୁ ଅବସର ନେଇଥିବା ଅଢେଇ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ  ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପାଖକୁ ଯାଇ  ସମମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏବଂ  ଜିଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀପାଢୀ ଏବଂ ନିମାପଡ଼ା ଶିକ୍ଷା ମଣ୍ଡଳ ଅଧିକାରୀ କୈଳାସ ଚନ୍ଦ୍ର ପାଢୀ  ନିମାପଡ଼ା କଲେଜ ଅଧ୍ୟକ୍ଷ ଡ଼ଃ ରାଜ କି‌ଶୋର ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ନିକଟରେ  ପ୍ରଦୀପ ପ୍ରଜ୍ବଳନ କରି ପୂଜ୍ୟପୁଜା  ଆଜି ସମାରୋହକୁ ଉଦଘାଟନ କରିଥିଲେ।  ନିମାପଡ଼ା ହାଇ ସ୍କୁଲ ଭାରପ୍ରାପ୍ତ  ପ୍ରଧାନ  ଶିକ୍ଷକ ଜ୍ୟୋତି ରଞନ ରଥ,ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ  ଶିକ୍ଷକମହାସଂଘର ସଭାପତି  କଲ୍ୟାଣ କୁମାର ସ୍ବାଇଁ  ଶାରିରୀକ ଶିକ୍ଷା ଶିକ୍ଷକ ରଣଜିତ କେଶରୀ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ସମାରୋହରେ ଅତିରିକ୍ତ  ଜିଲା ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବମ୍ର, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭବମ ପ୍ରଧାନ ପୂଜ୍ୟପୂଜାସମାରୋହର ବିଷୟରେ ବ୍ୟକ୍ତବ୍ୟ ରଖିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ସାସଂଦ ପ୍ରତିନିଧୀ ମୀନଲତା ମହାନ୍ତି , ଯୁବନେତୃତ୍ବ ସାଇ ପ୍ରିତମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ବରିଡ଼ା  ରାଜ୍ୟରେ  ପୁରୀ ଜିଲା ଶିକ୍ଷାକ୍ଷେତ୍ରରେ  ପ୍ରଥମ ହୋଇଥିବାରୁ  ପୁରୀ ଜିଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପାଢୀଙ୍କୁ ଏବଂ ନିମାପଡ଼ା କଲେଜ ଅଧ୍ୟକ୍ଷ,ପ୍ରସାଶନିକ ଅଧିକାରୀ ଅଧ୍ୟାପକଓ ଅଧ୍ୟାପିକାମାନଙ୍କୁ ପବିତ୍ର ଦିନରେ ସମ୍ବଦ୍ଧିତ କରିଥିଲେ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୁରୁଦିବସ ଅବସରରେ   ଗୁରୁମାନଙ୍କୁଙ୍କୁ ପୂଜ୍ୟପୁଜା ସମାରୋହ କରି ସମ୍ବର୍ଦ୍ଧିତ ଓ ସମ୍ମାନ୍ନିତ କରିଥିବାରୁ ଶିକ୍ଷାବିତ ଓ ଶିକ୍ଷକ ମହଲରେ  ଉଚ୍ଚପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *