କଳିଙ୍ଗ ପେଶାଦର ସମ୍ବାଦିକ ସଂଘର ପୁରୀ ଜିଲା ସମ୍ମିଳନୀ

 

ଅସ୍ତରଙ୍ଗ,୨୮/୮( ଏ.ପି ନିୟୁଜ), ଗତ ବୁଧବାର ଦିନ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା ତରଫରୁ ଦୀପ୍ତି କଲ୍ୟାଣ ମଣ୍ଡପ କାକଟପୁର ଠାରେ ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟନାୟକ ଯୋଗଦେଇଥିଲେ।

ଏହି ସ୍ୱଳ୍ପ ଦିନ  ହେଲା ସରକାରି ସ୍ୱୀକୃତି ମିଳି ଥିଲେ ବି ଆଦ୍ୟବଧି ସଂଘ ସରକାର ଙ୍କ ତରଫରୁ କର୍ଯ୍ୟାଳୟ ପାଇଁ ଘର ଖଣ୍ଡେ ମିଳିନଥିବାରୁ  ସଂଘ ପୁରୀ ଜିଲା ସଭାପତି ଶ୍ରୀ ରାଉତ କ୍ଷୋଭ ପ୍ରକାଶ  କରିଥିଲେ।, ସରକାର ଙ୍କ ନିକଟ ରେ ଆବେଦନ ପତ୍ର ବିଚାର ଧୀନ ଅଛି l ମୁଁ ଏହା ଉପରେ ମୁଖମନ୍ତ୍ରୀ ଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବି ବୋଲି ପ୍ରତିଶ୍ରୁତି ମୁଖ୍ୟଅତିଥି  ଶ୍ରୀଯୁକ୍ତ ପଟ୍ଟନାୟକ ଦେଇଥିଲ l ସଂଘ ର ରାଜ୍ୟ ଉପ ସଭାପତି ଶ୍ରୀ ଦୁଃଶାସନ ନୟକ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦାବି ଉପ ସ୍ଥାପନ କରିଥିଲେ    । ରାଜ୍ୟର ସାଧାରଣ ସମ୍ପାଦକ ରାଜକକିଶୋର ସ୍ୱାଇଁ ସମ୍ବାଦିକଙ୍କ ସ୍ୱାସ୍ଥ୍ୟ  ବୀମା,ବିଷୟରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲ l ଏଥିରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ମହାନ୍ତି, ପ୍ରଶାସକ ପ୍ରଭାତ ତରାଇ ପ୍ରମୁଖ ଯୋଗଦେଇଥିଲେ।l   ସମାଜସେବୀ ଶୋଭାକାର ବେହେରା ଙ୍କ ଦ୍ଵାରା ମଞ୍ଚ ପରିଚାଳନା ରେ,  ଶରତ ସାହୁ ସୁବାସ ସ୍ୱାଇଁ,  ଜୟସେନ ପରିଡା, ବିଭୁତି ମିଶ୍ର, ସତ୍ୟଜିତ ଦାସ,ବୁଢା ବାରିକି,ଅନିଲ ପଟନାୟକ,ନୀରାକାର ଦଳାଇ, ସୌରଭ ପଟନାୟକ ଙ୍କ ସମେତ ପ୍ରାୟ  ୧୦୦ ଜଣ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସିଲ ଉତରିୟ ଫୁଲ ତୋଡ଼ା  ଦିଆ ଯାଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା l ମାନସ ସାମଲ, ଅଶୋକ ପରିଡା,, ଆରତ ମହାନ୍ତି, ପ୍ରମୁଖ  କାର୍ଯ୍ୟକ୍ରମ କୁ  ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *