ନିମାପଡ଼ା, ୨୬/୮(ସପ୍ର) ପୁରୀ ଜିଲାର ତିନିଜଣିଆ ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଆଜି ମଧ୍ୟାହ୍ନରେ ନିମାପଡ଼ା ,ଏନ.ଏ.ସି ର ମୁଖ୍ୟବଜାର ଓ ପୁରୁଣା ବସଷ୍ଟାଣ୍ଡରେ ଥିବା ୧୦ଟି ମିଠା ଦୋକାନ ଉପରେ ଚଢଉକରି ଅପମିଶ୍ରିତ ରଙ୍ଗ ଦିଆ ମିଠା, ରସଗୋଲା, ଛେନା ଝିଲ୍ଲୀ, ଖଟା ଶିରା ଅପମିଶ୍ରିତ ପନିର ଓ ଛେନା ଆଦି ଦେଢ କ୍ବିଣ୍ଟାଲ ଓଜନର ଛେନା ଜାତୀୟ ପଦାର୍ଥ କୁ ଜବତ କରି ମାଟିଖୋଳି ପୋତି ଦେଇଛନ୍ତି। ଅପମିଶ୍ରିତ ଖାଦ୍ୟ ମିଠା ଓ ଛେନା ଜାତୀୟ ପଦାର୍ଥ ବିକ୍ରି କରୁଥିବା ଅଭିଯୋଗରେ ମିଠା ଦୋକାନୀମାନ ଙ୍କ ଠାରୁ ୧୫ ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି । ଆସନ୍ତାକାଲି ରକ୍ଷା ବନ୍ଧନ ଦିବସ ଥିବାରୁ ମିଠାଦୋକାନୀମାନେ ଅଧିକ ଲାଭ ଆଶାରେ ନକିଲି ପନିର ଏବଂ ଛେନା ପ୍ରସ୍ତୁତ ମିଠା ତିଆରି କରି ଖାଦ୍ୟ ନିରିକ୍ଷକ ବେଦଶ୍ରୀ ସାହୁ କହିଛନ୍ତି। ଆଜି ଖାଦ୍ୟ ନିରିକ୍ଷକ ୩ ଜଣିୃା ଟିମ ଯାଞ୍ଚ ଫଳରେ ଦୋକାନୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷା ନିରିକ୍ଷକମାନେ ଚେତାବନି ଆସନ୍ତାକାଲି ଯାଞ୍ଚ କରିବାକୁ ଆସିବେ ବୋଲି ସୁଚନା ଦେଇଯାଇଛନ୍ତି। ଅପମିଶ୍ରିତ ଛେନାରେ ପ୍ରସ୍ତୁତ ମିଠା ଓ ପନିର ଖାଇଲେ ମାରତ୍ବକ ସ୍ବାସ୍ଥ୍ୟ ସମାସ୍ୟା ଦେଖାଦେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।।ଆଜି ନିମାପଡ଼ା ବଜାର, ଗୋପ ଓ କେଣାର୍କ ଅଞ୍ଚଳରେ ଚଢଉ ହୋଇଥିଲା। ପୁରୀ ପୈାରାଞ୍ଚଳ ଖାଦ୍ୟ ନିରିକ୍ଷକ ବେଦଶ୍ରୀ ସାହୁ ,ସଦର ନିରକ୍ଷକ ତପସ୍ବନୀ ବେହେରା, କୋଣାର୍କ ଓ ନିମାପଡ଼ା ଦାୟିତ୍ବରେ ଥିବା ଅଧିକାରୀ ପ୍ରତ୍ୟୁଷ ରଞନ ତାରେଣୀ ପ୍ରମୁଖ ତିନିଜଣିଆ ଦଳ ଚଢଉ କରିଥିଲେ ।
ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ। ମିଠା ଦୋକାନ ଙ୍କ ମଧ୍ୟରେ କୋକୁଆ ଭୟ। ଅପମିଣଶ୍ରିତ ଦେଢ କ୍ବଣ୍ଟାଲ ମିଠା ଓ ଛେନା ଜବତ






Leave a Reply