ନିମାପଡ଼ାରେ ଶହୀଦ୍ ଦିବସ ପାଳନ

                 ନିମାପଡ଼ା, ୧୬/୯( ଏ.ପି . ନିୟୁଜ))ଆଜି ନିମାପଡ଼ା ଥାନା ପଡ଼ିଆରେ ଥିବା ଶହୀଦ ସ୍ତମ୍ବ ନିକଟରେ  ଶହୀଦ୍ ଦିବସ ପାଳିତ ହୋଇଯାଇଛି।   ପୁରୀ ଜିଲା ପକ୍ଷରୁ ଶହୀଦ ସ୍ତମ ନିକଟରେ  ସ୍ବତନ୍ତ୍ର ବାହୀନି ଗାର୍ଡ଼ ଅଫ ଅନର  ଶହୀଦମାନଙ୍କ ଉଦ୍ଦେଶ୍ୟରେ  ପ୍ରଦାନ କରିଥିଲେ। ନିମାପଡ଼ା ବିଜ୍ଞପିତ ଅଞ୍ଚଳ ଓ ଶହୀଦ  ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶହୀଦ୍ ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସମାଜ ନିର୍ମାତା ତଥା ପୂର୍ବତନ ରାଜ୍ୟ ସୂଚନା ଆୟୋଗ ର ସଦସ୍ୟ ଶ୍ରୀ ଜଗଦାନନ୍ଦ କହିଲେ, ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଅଭିବ୍ୟକ୍ତ ପୁରୀ ଜିଲ୍ଲାରେ ନିମାପଡ଼ା ଥିଲା ଏକମାତ୍ର ଅଞ୍ଚଳ, ଯେଉଁ ଅଞ୍ଚଳରୁ ହଜାର ହଜାର ଚାଷୀ ମୂଲିଆ, ଶ୍ରମିକ, ଛାତ୍ର ଓ ବୁଦ୍ଧିଜୀବୀ ଗାନ୍ଧିଜୀଙ୍କ କର ବା ମର ଆହ୍ୱାନରେ ଅନୁପ୍ରାଣୀତ ହୋଇ ଆନ୍ଦୋଳନରେ ଯୋଗଦେଇଥିଲେ। ନିମାପଡ଼ା ଥାନା ଦଖଲ କରିବାକୁ ଯାଇ ୨୦ ଜଣ ସଂଗ୍ରାମୀ ପୋଲିସ ଗୁଳିର ଶିକାର ହୋଇଥିବା ବେଳେ ସଂଗ୍ରାମୀ ଉତ୍ସବ ମଲିକ ଶହୀଦ୍ ହୋଇଥିଲେ। ଏହି ସଂଗ୍ରାମରେ ପ୍ରାୟ ୩୬ ଜଣ ସଂଗ୍ରାମୀଙ୍କୁ ପୋଲିସ ଗିରଫ କରି ପୁରୀ ଜେଲରେ ଭର୍ତ୍ତି କରିଥିଲା।  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିମାପଡାର ବରିଷ୍ଠ ଐତିହାସିକ ତଥା ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର କହିଲେ ନିମାପଡାର ସ୍ୱାଧୀନତା ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଅନୁପ୍ରେରିତ କରିଥିଲା। ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ନିମାପଡା ମାଟି ତାତି ଉଠିଥିଲା । ସଂଗ୍ରାମୀ ନେତା ମୋହନ ଦାସ ଆନ୍ଦୋଳନ ପୂର୍ବରୁ ବନ୍ଦୀ ହୋଇଯିବାରୁ ପଦ୍ମ ଚରଣ ସାମନ୍ତସିଂହାର ଙ୍କ ନେତୃତ୍ୱରେ ଆନ୍ଦୋଳନ ଅଗ୍ରଗତି କରିଥିଲା।  ଶହୀଦ ସ୍ମଅତି ସଂସଦ ସଭାପତି ସମୀର ଦାଶ ଅତିଥିମାନଙ୍କୁ ସ୍ବାଗତ କରିଥିଲେ।ସମ୍ପାଦକ  ବେଣୁଧର ସେନାପତି  ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ ଅତିଥି ମାନଙ୍କୁ ଧନ୍ୟବାଦ  ଅର୍ପଣ କରିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ମ ନିମାପଡ଼ା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁପ୍ରମୁଖ ଉପସ୍ଥିତ ଥିଲେ ।ଶହୀଦ ଦିବସ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୂନ ଓ ସକାଳ ୮ଘଟିକା ସମୟରେ ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନ ୨ ଘଟିକା ସମୟରେ ଶହୀଦ୍ ଗ୍ରାମ କେଉଟ ତୋଟାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଗଡ ଅଣ୍ଡିଆ ଗାନ୍ଧୀ ପୀଠ ରେ ପହଞ୍ଚିଥିଲା ଓ ସେଠାରୁ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କର ଏକ ଶୋଭାଯାତ୍ରା ବାହାରି ଶହୀଦ୍ ସ୍ତମ୍ଭ ନିକଟରେ ପହଞ୍ଚାଇବା ପରେ ଜାତୀୟ ପତାକା ଉତୋଳନ କରାଯାଇଥିଲା। ଅପରାହ୍ନ ୩ ଘଟିକା ସମୟରେ ଶହୀଦ୍ ଙ୍କୁ ଗାର୍ଡ ଅନର୍ ପ୍ରଦାନ କରାଯାଇଥିଲା। ତାପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶେଷରେ ନିମାପଡାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *