ନିମାପଡ଼ା, ୨୦/୮(ଏ.ପି ନିୟୁଜ)) ସପ୍ତାହ ବ୍ୟାପି ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଚାଲିଥିବା ଆତ୍ମରକ୍ଷା କୈାଶଳ ତାଲିମ ଶିବିର ଆଜି ହେରିଟେଜ ବିଲଡ଼ିଂରେ ଉଦଯାପିତ ହୋଇଯାଇଛି। ବାଲେଶ୍ବରରେ ଛାତ୍ରୀପୋଡ଼ିହୋଇ ମରିବା ଘଟଣାରେ ରାଜ୍ୟସରକାର ସମସ୍ତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗ ଖୋଲି ଛାତ୍ରୀମାନେ ବିପଦର ସମ୍ମୁଖୀନ ହେଉଥିବା ଏବଂ ତାହାର ମୁକାବିଲା କରିବାକୁ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୈାଶଳ ଶିକ୍ଷାକରିବା ପାଇଁ କଲେଜର ଝିଅ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ନିମାପଡ଼ା କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅଗଷ୍ଟ ୧୩ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନ ଦିବସରେରେ ମୁଖ୍ୟ ଅତିଥିଭାବେ ବଳଙ୍ଗା ଥାନା ଆଇଆଇସି ଇଂ ସସ୍ମିତା ସାହୁ(ଏମ.ଟେକ) ଯୋଗଦେଇ ସାହାସୀହୁଅ ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ ହୁଅ। ଜୀବନରେ ଯେଉଁ ସବୁ ଘଟଣା ଘଟୁଛି ନିଜର ମାନଙ୍କୁ କୁହ। ନଜେ କିଭଳି ସଂଘର୍ଷକରି ପୁଲିସ ଚାକିର ପାଇଛନ୍ତି ଉଦାହରଣ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରାଜକିଶୋର ମିଶ୍ର ସ୍ବାଗତ ଭାଷଣ ଦେବାସହ ଗୋଟିଏ ପୁଅପିଲା ପାଠ ପଢାବେଳେ ବିରକ୍ତି ଆସିଲେ ବାହରକୁ ବୁଲିଯାଉଛି ଅଥଚ ଜଣେ ସମାନପରିସ୍ଥିତିରେ ଝିଅପିଲା ରାତିରେ ବାହାରକୁ ବୁଲିବାକୁ ଗଲେ ଆମ ସମାଜ ସେକଥାକୁ ଗ୍ରହଣ କରୁନାହିଁ। ସବୁ କ୍ଷେତ୍ରରେ ଝିଅମାନେ ଆଗରେ। ସେମାନେ ସାହସୀ ହେବାସହିତ ଭଲ ମଣିଷ ହୁଅ ବୋଲି ପରାମର୍ଶ ଦେଇଥିଲେ। ଝିଅମାନେ ଦୁର୍ବଳା ନୁହଁନ୍ତି ସମସ୍ତ ଆସଧ୍ୟ କାମ ମହିଳାମାନେ କରୁଛନ୍ତି। ନିମାପଡ଼ା ଥାନା ସବଇନିସପେକ୍ଟର ଲକ୍ଷ୍ମୀକାନ୍ତମହାନ୍ତି ପ୍ରାଶାସନିକ ଅଧିକାରୀ ପ୍ରଧ୍ୟାପକଡ଼ଃ ରବିନ୍ଦ୍ର କୁମାର ପାଢୀ, ଅଧ୍ୟାପକ ସୁବ୍ରତ ମହାନ୍ତି , ଅଧ୍ୟାପିକା ପୁଷ୍ପାରାଣୀ ପଣ୍ଡା, ବାସଲତା ମାଝୀ, ସସ୍ମିତା ଦଳେଇଏବଂ ସୁମିତ୍ରା ମଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । କଲେଜ ମହିଳା ଶକ୍ତି ଶ୍ରୀ ବିଭାଗର ମୁଖ୍ୟ ଅଧ୍ୟାପତକା ପ୍ରିଦର୍ଶନୀ ସାହୁ,ଙ୍କ ଅଧ୍ୟକ୍ଷତାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମହିଳା ଟ୍ରେନର ସମେତ ଶହେରୁ ଉର୍ଦ୍ଦ ଛାତ୍ରୀମାନେ ଆତ୍ମରକ୍ଷା ରବିଭିନ୍ନ କୈାଶଳ ଓ ପ୍ରୟୋଗ କରିବା ନେଇ ପ୍ରଶିକ୍ଷଣ ନେଇଥିଲେ ଏବଂ ଆତ୍ମରକ୍ଷା କୈାଶଳ ପ୍ରଦର୍ଶନ କରି ଅତିଥିଙ୍କ ଠାରୁ ପ୍ରଶଂସିତ ହୋଇଥିଲେ।
ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଅତ୍ମରକ୍ଷା ତାଲିମ ଶିବିର














Leave a Reply