ଛାତ୍ର ସଂଙ୍ଗଠନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଦନା

ନିମାପଡ଼ା, ୨୨/୭(ଏ.ପି ନିୟୁଜ))*ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂଗଠନ ପକ୍ଷରୁ ନବନିଯୁକ୍ତ ଅଧ୍ୟକ୍ଷ ଡ଼ଃ  ରାଜକିଷାାର ମିଶ୍ର ମହୋଦୟଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଉତ୍ସବ ଆଜି କଲେଜର ଅଧ୍ୟକ୍ଷଙ୍କ ଅଫିସରେ ଅନୁଷ୍ଠିତ ହୋଇଥିଲା।  ଛାତ୍ରମାନେ ଅଧ୍ୟକ୍ଷ ଡ଼ଃ ମିଶ୍ରଙ୍କ ନେତୃତ୍ୱ, ଦୂରଦୃଷ୍ଟି ଓ ଦକ୍ଷ ପରିଚାଳନାରେ ଆମ ମହାବିଦ୍ୟାଳୟ ଶିକ୍ଷା, ସଂସ୍କୃତି, କ୍ରୀଡ଼ା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ନୂତନ ସଫଳତା ହାସଲ କରିବ ବୋଲି ଆମର ଦୃଢ଼ ବିଶ୍ୱାସ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ଆପଣ ସଦା ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କ କାର୍ଯ୍ୟକାଳ ସଫଳ, ଗୌରବମୟ ଓ ସ୍ମରଣୀୟ ହେଉ। ପୁନର୍ବାର ଆପଣଙ୍କୁ ଆମର ଆନ୍ତରିକ ଶୁଭେଚ୍ଛା, ସ୍ୱାଗତ ଓ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *