ଦୁଇ  ନାବାଳିକା  ଛାତ୍ରୀ ଅପହରଣ ଅଭିଯୋଗ। ଜଣେ ଛାତ୍ରୀ ପୁଲିସ ଦ୍ବାରା ଉଦ୍ଧାର

ନିମାପଡ଼ା୧୫/୭(ଏ.ପି ନିୟୁଜ)ନିମାପଡ଼ାରେ ଏକ ଉଚ୍ଚମାଧ୍ୟମିକ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିବା ଧଳେଶ୍ବର ପଞ୍ଚାୟତର ଜୈନିକା ଛାତ୍ରୀ ନିମାପଡ଼ାର ଏକ ଉଚ୍ଚମାଧ୍ୟମିକ ସ୍କୁଲରେ ପାଠ ପଢୁଥିବା  ବୟସ ୧୬ ନାଁ ବାଳିକା ଛାତ୍ରୀ ଗତ ୧୨ ତାରିଖ ସକାଳ ୮ରେ  ଘରୁ ପାଠ ପଢିବାକୁ ଯାଉଛି କହି  ସାଇକେଲ ନେଇ ନିମାପଡ଼ା ଆସିଥିଲା। କିନ୍ତୁ ସମୟ ଅନୁସାରେ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ବନ୍ଧୁବାନ୍ଧବ ସାଙ୍ଗସାଥି ଘରକୁ ଖୋଜା ‌ଖୋଜି କରିଥିଲେ। କିନ୍ତୁ  ମିଳନଥିଲା ବାଧ୍ୟ ହୋଇ ଅପହୃତା ନାବାଳିକାର ଛାତ୍ରୀର ମା  ନିମାପଡ଼ା ପୁଲିସରେ  ଅଭିଯୋଗ କରିଥି‌ଲେ। ପୁଲିସ କେସନଂ ୨୨୫ରେ ମାମଲାରୁଜୁକରି ତଦନ୍ତ ଚଳାଇଥିବା ସମୟରେ ଛାତ୍ରୀର ସାଇକେଲକୁ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଲକ୍ଷ୍ମୀ ମଣ୍ଡପ ନିକଟରୁ  ପୁଲିସ ପାଇଥିବା ଜଣାପଡ଼ିଛି । ସେହିଭଳି ନିମାପଡ଼ା ଥାନା ଅନ୍ତର୍ଗତ ଓହଳ ଗ୍ରାମରୁ ଗତ ୧୦ ତାରିଖରେ  ସକାଳ ୮ରେ ଅପହରଣ ହୋଇଥିବା ୧୬ ବର୍ଷ ବୟସ୍କ  ନା ବାଳିକାକୁ ପୁଲିସ ଉଦ୍ଦାର କରି ଅଭିଭାବକଙ୍କ ଜିମା ଦେଇଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *