ନିମାପଡ଼ା, ୨୮/୯( ଏ.ପି ନିୟୁଜ)) ନିମାପଡ଼ା ଏନ.ଏ.ସି ଅଞ୍ଚଳର କେନାଲ ରୋଡ଼ର ୧୧ ନଂ ୱାର୍ଡ଼ରେ ଥିବା ନନ୍ଦୀନି ହୋଟେଲରେ ହାଉସ କିପିଙ୍କ କାର୍ଯ୍ୟରେ ନିଯୁକ୍ତି ପାଇଥିବା ଅନୁଗୁଳ ଅଞ୍ଚଳର ଜୈନିକା ଯୁବତୀକୁ ସେହି ହୋଟେଲର ୪ ଜଣ କର୍ମଚାରୀ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେବାପରେ ନିମାପଡ଼ା ପୁଲିସ ଆଇଆଇସି ସମରେନ୍ଦ୍ର ପାଇକରାୟ ଘଟଣାକୁ ଗୁରୁତ୍ବ ଦେଇ ତ୍ବରିତ ଭାବେ ତଦନ୍ତ କରିଥିଲେ। ଯୁବତୀକୁ ନେଇ ଉକ୍ତ ହୋଟେଲକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତା ଯୁବତୀ ଜଣଙ୍କ ବୟାନର ତାଳମେଳ ରହୁନଥିବାରୁ ଯୁବତୀକୁ ବିଚାରପତିଙ୍କ ଆଗରେ ହାଜର କରାଇ ୧୮୩ ଧାରରେ ବୟାନ ରେକର୍ଡ଼ କରିଥିଲେ। ବିଚାରପତିଙ୍କ ଆଗରେ ଦେଇଥିବା ବୟାନରେ ଦୁଷ୍କର୍ମ ହୋଇନଥିବା ବୟାନ ଦେଇଥିଲା। କେତେକ ଦାୟିତ୍ବ ସମ୍ପର୍ଣ୍ଣ ଗଣମାଧ୍ୟମ ଘଟଣାର ସତ୍ୟାସତ୍ୟ ଅନୁ ସନ୍ଧାନ ନକରି ନିମାପଡ଼ାର ଏକ ହୋଟେଲରେ ଯୁବତୀକୁ ଗଣଧର୍ଷଣ କରାଯାଇଥିବା ଖବର ପ୍ରସାରଣ କରିଥିବାରୁ ନିମାପଡ଼ାର ବହୁ ବୁଦ୍ଧିଜିବୀ ନିନ୍ଦା କରିଥିଲେ। ଘଟଣାର ସତ୍ୟସତ୍ୟ ଅନୁସନ୍ଧାନ କରି ବାହାବାନେବା ପାଇଁ ପ୍ରତିଯୋଗିତାକେରି ଖବର ପ୍ରସାରଣ କରି ନିମାପଡ଼ାକୁ ନିନ୍ଦିତ କରିବା ବନ୍ଦ କରିବା ପାଇଁ ବୁଦ୍ଧିଜିବୀମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଆଜି ପର୍ଯ୍ୟନ୍ତ ଡ଼ିଜିଟାଲ ମିଡ଼ିଆ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାଯାଏ ଅନୁଗୁଳର ନାନସୀ ସାହୁ (ଛଦ୍ମନାମ)ନାମକ ୨୪ ବର୍ଷର ଯୁବତୀ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ରୁମ ରୁମ କିପିଂ ପଦବୀରେ ଚାକିରି କରିଥିଲେ। ନିମାପଡ଼ା ନନ୍ଦିନି ହୋଟଲର ହିସାବରକ୍ଷକ ରମେଶ ଚନ୍ଦ୍ର ଦାସଙ୍କ ସହ ଅଭିଯୋଗକାରିଣୀ ନାନସିର ଭେଟ ହୋଇଥିଲା ସେ ଅଭିଯୋଗକାରୀ ନାନସି ସାହୁଙ୍କୁ କହିଥିଲେ ନିମାପଡ଼ାରେ କାମ କଲେ ମାସକୁ ୧୫ ହଜାର ଟଙ୍କା ଦରମା ମିଳିବ କହିଥିଲେ। ନାନସୀ ସାହୁ ସେଠାରୁ ନିମାପଡ଼ା ଆସି ନନ୍ଦିନୀ ହୋଟେଲରେ ରୁମ କିପିଙ୍ଗ କାମରେ ନିଯୁକ୍ତ ହୋିଥିଲେ। ହିସାବ ରାକ୍ଷକ ରମେଶ ଦାସ ଏବଂ ଅନ୍ୟ ତିନଜଣ ହେଟେଳ କର୍ମଚାରୀ ଅଭିଯୋଗକାରୀ ନାନସି ସାହୁ ଠାରୁ ୧୫ ହଜାର ୪ଶହ ଟଙ୍କା ଧାରରେ ତିନି କିସ୍ତିରେ ୟୁପିଆଇ ମାଧ୍ୟମରେ ନେଇଥିଳେ। କିନ୍ତୁ ଧାର ନେଇଥିବା ହିସାବ ରକ୍ଷକ ରମେଶ ଦାସ ଓ ସେହି ଅନ୍ୟ କର୍ମଚାରୀ ଧାର ଟଙ୍କା ଫେରାଇ ନଥିଲେ। ଟଙ୍କା ମାଗିବାରୁ ନଦେଇ ନାନସି ସାହୁକୁ ମାଡ଼ମାରି ନିର୍ଯ୍ୟାତନା ଦେଉଥିଲେ ବୋଲି ନାନସି ସାହୁ କହିଛି।। ନନ୍ଦିନୀ ହୋଟେଳ ଥାନା ଠାରୁ ମାତ୍ର ଅଧ କିମି ଦୂର କିନ୍ତୁ ନାମାପଡ଼ା ଥାନାରେ ଅଭିଯୋଗ ନକରି ଖଣ୍ଡଗିରି ଥାନାରେ ତାଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବାନେଇ ଲିଖିତ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନା ନିମାପଡ଼ା ଥାନା ଅଞ୍ଚଳରେ ଘଟଣା ଘଟିଥିବାରୁ ନିମାପଡ଼ାକୁ ମାମଲା ପଠାଇ ଦେଇଥିଲେ। ନିମାପଡ଼ା ପୁଲିସ ୨୯୮/ ୨୬ରେ ଗଣଦୁଷ୍କର୍ମ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଳେ। ଯୁବତୀର ବୟାନର ସାମଞ୍ୟସ ରହୁନଥିବାରୁ ପୁଲିସ ନିମାପଡ଼ା ବିଚାରପତିଙ୍କ ନିକଟରେ ପିଡ଼ିତା ଯୁବତୀ ନାନସିକୁ ସାହୁକୁ ନେଇ ୧୮୩ ଧାରାରେ ବୟାନ ରେକର୍ଡ଼ କରିଥିଲେ। ଯୁବତି ଜଣଙ୍କ ତାଙ୍କ ଅଭିଯୋଗକୁ ଅସ୍ବୀକାର କରିଥିଲେ। ପୁଲିସ ପିଡ଼ିତା ଯୁବତୀର ବାପାଙ୍କୁ ଥାନାକୁ ଡ଼ାକି ତାଙ୍କ ଜିମା ଦେଇଥିଲେ। ନିମାପଡ଼ା ଏକ କ୍ଷୁଦ୍ର ସହର। ଏଠାରେ କୈାଣସି ଶିଳ୍ପାନୁ ଷ୍ଠାନ କିମ୍ବା ପର୍ଯ୍ୟଟନ କ୍ଷେତ୍ର ନାହିଁ ତଥାପି ନିମାପଡ଼ା ଅଞ୍ଚଳରେ ବହୁ ଗେଷ୍ଟ ହାଉସ ଗଢି ଉଠିଛି। ଏହି ଗେଷ୍ଟ ହାଉସ ଗୁଡ଼ିକ ବିଷୟରେ ତଦନ୍ତ ହେବା ଆବଶ୍ୟକ ହୋଇପଡ଼ିଛି । ଏହି ଗେଷ୍ଟ ହାଉସ ବା ହୋଟେଲ ଗୁଡ଼ିକରେ ଅନୈତିକ କାର୍ଯ୍ୟ ହେଉନାହିଁକି? ସମସ୍ତ ଗେଷ୍ଟ ହାଉସର ମାଲିକ ପ୍ରଭାବଶାଳୀ ବ୍ୟକ୍ତି। ଆଗରୁ ସଚେତନ ନହେଳେ ନିମାପଡ଼ା ଆଗକୁ ଏହି ଭଳି ସ୍ପର୍ଶ କାତର ଘଟଣା ହୋଟେଲ ଏବଂ ଗେଷ୍ଟ ହାଉସରେରେ ଗଣ ଦୁଷ୍କର୍ମ ଘଟଣା ଗଣମାଧ୍ୟମରେ ଶିରନମା ପାଲଟିବ ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି।
।














Leave a Reply