ଅସ୍ତରଙ୍ଗ୧୮/୮( ଏ.ପି ନିୟୁଜ) ) ଅସ୍ତରଙ୍ଗଥାନା ଅଞ୍ଚଳ ଗତ କିଛି ମାସ ଧରି ଲୁଟେରା ମାନଙ୍କର ଆଡା ସ୍ଥଳୀ ପାଲଟିଛି। ,ବ୍ଲକ ଅଞ୍ଚଳ ର ବିଭିନ୍ନ ମଠ ମନ୍ଦିର ସମେତ ବିଦ୍ୟାଳୟ ରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ସହିତ, ଅର୍ଥ ଚୋରୀ ହେଉଥିବା ବେଳେ ବର୍ତ୍ତମାନ ଲୁଟେରା ଙ୍କ ଲୋଲୁପ ଦୃଷ୍ଟି ପଡିଚି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ। ଏହା ପୂର୍ବରୁ ତିନୋଟି ଦୋକାନ ରୁ ତାଲା କାଟି ଚୋରି ହୋଇଥିବା ବେଳେ ସୋମବାର ରାତିରେ ଅସ୍ତରଙ୍ଗ ଜାହାନିଆ ରାସ୍ତା ତିନି ଛକ ନିକଟରେ ଥିବା ସହନ ଗ୍ରାମ ର , ରାଜେଶ କୁମାର ମହାନ୍ତିଙ୍କର ତାଙ୍କ ମହାନ୍ତି ଙ୍କ ମୋବାଇଲ ଦୋକାନରୁ ଚୋରୀ ହୋଇଛି। ଚୋରମାନେ,ତାଙ୍କ ଦୋକାନ ସଟର ତାଡି ଏବଂ ସିସି କ୍ୟାମେରା ଭାଙ୍ଗି ମୋବାଇଲ ଲୁଟି ନେଇଇଛନ୍ତି । ଅସ୍ତରଙ୍ଗ ବ୍ୟବସାୟୀ ମହାସଂଘ କୁ ଜଣାଇବା ପରେ ଥାନା କୁ ଯାଇ ଏ ବାବଦରେ ଏତଲା ଦେଇ ଥିଲେ l ଏତଲା ପାଇ ଅସ୍ତରଙ୍ଗ ଥାନା ଅଧିକାରିଣୀ ଏକ ଟିମ ନେଇ ଘଟଣା ସ୍ଥଳକୁ ଆସି ଦୋକାନ ଖୋଲି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗକାରୀ ଙ୍କ ଏତଲା ମୁତାବକ ନୂଆ ମୋବାଇଲ ସବୁ ଚୋରୀ ହେଇଯାଇଛି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ରୁ ଉର୍ଦ୍ଧ ହେବ, ଏହା ସହ କ୍ୟାସ ବାକ୍ସ ରୁ ଦେଢ଼ ଲକ୍ଷ ଟଙ୍କା ନଗଦ ଅର୍ଥ ମଧ୍ୟ ଚୋରୀ ହୋଇଛି। ଏହି ଘଟଣା ପରେ ପୋଲିସ ର ନିଷ୍କ୍ରିୟତା କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଅସ୍ତରଙ୍ଗ ବଜାର କମିଟି ଏହାର ଦୃଢ଼ ବିରୋଧ ପଦର୍ଶନ କରି କମିଟି ତରଫରୁ ହାରାହାରି ୨ଶହ ରୁ ଉର୍ଦ୍ଧ ବ୍ୟବସାୟୀ ମାନେ ଆସି ଅସ୍ତରଙ୍ଗ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଥିଲେ। ସେମାନଙ୍କର ଦାବୀ ଥିଲା, ଅଞ୍ଚଳ ରେ ଅନେକ ଚୋରୀ ଘଟୁଛି ମାତ୍ର ପୋଲିସ କୁ କୌଣସି ସଫଳତା ମିଳିନାହିଁ। ପେଟ୍ରୋଲିଙ୍ଗ ନ ହେବା କାରଣ ରୁ ବିପର୍ଯୟ ହେଇଚି ଆଇନ ଶୃଙ୍ଖଳା।ପ୍ରତି କେଶ ରେ ଚାନ୍ଦା ଆଦାୟ, ମିଥ୍ୟା ମାମଲା ରୁଜୁ କରିବା ଓ ତା ଉପରେ କାର୍ଯ୍ୟାନୁଷ୍ଠାନ, ତୁରନ୍ତ ମୋବାଇଲ ଦୋକାନ ର ଚୋରୀ ଘଟଣା ରେ ଚୋର କୁ ଧରିବା,ଏହିପରି ୭ଗୋଟି ମୁଖ୍ୟ ଦାବୀ ରଖିଥିଲେ।ପରେ ନିମାପଡାପୋଲିସ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ଆସି ସାତ ଦିନ ଭିତରେ ଚୋର କୁ ଧରିବା ଏବଂ ଅନ୍ୟ ଦାବି କାର୍ଯକାରୀ କରିବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ବ୍ୟବସାୟୀ ମାନେ ଉଠିଥିଲେl ଏହି ପ୍ରସଙ୍ଗ ରେ ବଜାର କମିଟି ତରଫରୁ ଏସ୍ ଡିପିଓ ଙ୍କ ମାଧ୍ୟମ ରେ ପୁରୀ ଆରକ୍ଷୀ ଅଧକ୍ଷ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ବୋଲି ବଜାର କମିଟି ସଭାପତି ଦୁଷ୍ମନ୍ତ ପରିଡା ମତାମତ ଦେଇଛନ୍ତି l
ଥାନା ଆଗରେଅସ୍ତରଙ୍ଗ ବ୍ୟବସାୟୀ ମହାସଂଘ ର ଧାରଣା, ଏସପି ଙ୍କ ନିକଟକୁ ଦେଲେ ୭ଦଫା ଦାବି ପତ୍ର














Leave a Reply