ପୁରୀ, ୭/୯(ଏ.ପି ନିୟୁଜ) ପିପିଲି ତହସିଲ ଅନ୍ତର୍ଗତ ସିଉଳା ରାଜସ୍ବ ସର୍କଲ ରେ ଜମିର କିସମ ପରିବର୍ତ୍ତନ ପାଇଁ ଆର.ଆଇ କଲ୍ୟାଣୀ ଜେନା ଏବଂ ସହକାରୀ ଆର.ଆଇ ପୁର୍ଣ୍ଣଚନ୍ଦ୍ର ବେହେରା ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନସ ବିଭାଗ ହାତରେ ଧରାପଡ଼ିଥିବା ସୁଚନା ମିଲିଛି। ଭିଜିଲାନସ ବିଭାଗ ଦେଇଥିବା ପ୍ରେସନୋଟରୁ ପ୍ରକାଶ ପିପିଲି ତହସିଲର ସିଉଳା ରାଜସ୍ବ ସର୍କଲରେ ଥିବା ଏକ କୃଷି ଜମିକୁ ଘରବାରିରେ କିସମ ପରିବର୍ତ୍ତନ କରିବାପାଇଁ ଜୈନିକ ଅଭିଯୋଗକାରୀଙ୍କୁ ଆର ଆଇ ବାରମ୍ବାର ଦୈାଡ଼ାଉ ଥିଲେ। ୩୫ ହଜାର ଟଙ୍କା ଲାଞ୍ଚ ଦଲେ ଜମିର କିସମ ପରିବର୍ତ୍ତନ ହେବ ବୋଲି ଆର ଆଇ ଏବଂ ସହକାରୀ ଆର ଆଇ କହିବାରୁ, ଅଭିଯୋଗକାରୀ ଭିଜିଲାନସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଆର.ଆଇ ଅଫିସ ମଧ୍ୟରେ ଦୁଇ ଅଧିକାରୀ ୩୫ ହଜାର ରଙ୍ଗବୋଳା ଟଙ୍କା ଅଭିଯୋଗକାରୀଙ୍କ ଠାରୁ ନେଉଥିବାବେଳେ ଭିଜିଲାନସ ବିଭାଗ ଆର ଆଇ ସଏବଂସହକାରୀ ଆରଆଇଙ୍କୁ ମାଡ଼ି ବସିଥିଲା ଏବଂ ନେଉଥିବାସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନସ ଅଧିକାରୀ ଜବତ କରିଥିଲେ। ଆର.ଆଇ ଶ୍ରୀମତୀ ଜେନାଙ୍କ ନିଜଘର ଭୁବନେଶ୍ବରର ରସୁଲଗଡ଼ଠାରେ ଥିବା ବାସଭବନ ଏବଂ ଶାଶୁଘର ଚାରିଛକ ଥାନା ଅନ୍ତର୍ଗତ ବ୍ରହ୍ମକୁଣ୍ଡିରେ ଥିବା ବାସଭବନକୁ ଏବଂ ସହକାରୀ ଆରଆଇ ଚନ୍ଦନପୁର ଥାନା ଅନ୍ତର୍ଗତ ଅଚ୍ୟୁତପୁର ଠାରେ ଥିବା ବାସଭବନ ଉପରେ ଭବିଭାଗ ଚଢଉ କରିଥିବା ସୁଚନା ମିଳିଛି। ଭିଜିଲାନସ କେସନଂ ୨୦/୨୬ରେ ଦୁର୍ନିତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁକରିଛି।
ପିପିଲି ତହସିଲର ଆର.ଆଇ ଏବଂ ସହକାରୀ ଆର୍.ଆଇ ଲାଞ୍ଚ ନେଉଥିବାବେଳେ ଭିଜିଲାନସ ବିଭାଗ ଦ୍ବାରା ଧରା ହେଲେ














Leave a Reply