କାରକୁ ସାଇଡ଼ ନଦେବାରୁ  ବାପ ଓ ପୁଅଙ୍କ ଆକ୍ରମଣରେ କାର ୪ ଆରୋହୀ ଆହତ

 

ନିମାପଡ଼ା, ୨୦/୭(ଏ.ପି ନିୟୁଜ)  ପିପିଲି ଅଞ୍ଚଳରୁ ଓଡ଼ି  ୦୨ ଡ଼ିସି୬୩୭୩ ନମ୍ବର କାରରେ  ୪ ଜଣ ଯୁବକ  ଚାରିଛକ ଯାଉଥିଲେ।କାର ପଛରେ  ଆସୁଥିବା  ଓଡ଼ି୦୨ ଏଆର ୬୮୧୧ ସ୍ଥାନୀୟ ଜୟଶ୍ରୀ ଛକ ପର୍ଯ୍ୟନ୍ତ ଯାଉଥିଲା।  ପଛକାରଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି  ଆଗରେ ଥିବା କାରକୁ ସାଇଡ଼ ମାଗିଥିଲେ। ଆଗରେ ଥିବା କାର ସାଇଡ଼ ଦେଇନଥିଲା ବୋଲି ଅଭିଯୋଗ ହୋଇଛି।।  ଜୟଶ୍ରୀ ଛକରେ ଆଗକାରକୁ  ପଛକାର ଥିବା ମାଲିକ ପ୍ରଶାନ୍ତ ପାତ୍ର ପୁଅ ଅଟକାଇ ଥିଲେ  । ବାପ, ପୁଅ ଓ ତାଙ୍କ କାର ଚାଳକମିଶି ପିପିଲି ଅଞ୍ଚଳର ୪ଗଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବାସହ  କାରକୁ ବିଭିନ୍ନ ଅଶଂକୁ ଭାଙ୍ଗିଦେଇଥିଳେ। ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ଯୁବକମାନଙ୍କ ଠାରୁ ବାପ ପୁଅ ସୁନାଚେନ ୧୦ ହଜାର ଟଙ୍କା ଡ଼କାୟତ କରିନେଇଥିବା ପୁଲିସରେ ଅଭିଯୋଗ ହୋଇଛି। ୨ ଜଣ ଯୁବକ ଅବସ୍‌ତା ଗୁରୁତର ରହିଛି।  ଉଭ୍ର ପକ୍ଷ ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି। ପିପିଲି ଅଞ୍ଚଳର ଯୁବକ ଅଭିଯୋଗରେ ମାମଲାରୁଜୁ କରିଛି। ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *