ନିମାପଡ଼ା,୪/୮(ଏ.ପି ନିୟୁଜ)) ଏକ ବିବାହ ଉତ୍ସବରେ ଯୋଗଦେବାକୁ କାରରେ ଯାଉଥିବା ୪ଜଣ ଯୁବକଙ୍କୁ ବାଟରେ ଅଟକାଇ ସେମାନଙ୍କୁ ଆକ୍ରମଣ କରି ମାଡ଼ମାରି ତାଙ୍କ କାରକୁ ଭଙ୍ଗାରୁଜା କରି ସେମାନଙ୍କ ପାଖରେ ଥିବା ସୁନାରୁପା ଅଳଙ୍କାର ସମେତ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ପ୍ସେଷାଲ ସ୍କାର୍ଡ଼ ପୁଲିସ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରି କୋର୍ଟ ଚାଲଣ କରିଛି। ପୁଲିସ ସୁତ୍ରରୁ ପ୍ରକାଶିତ ପ୍ରେସ ରିପୋର୍ଟରେ କୁହାଯାଇଛି, ଗତ ୧୯ ତାରିଖ ସନ୍ଧ୍ୟାବେଳେ ପିପିଲି ଥାନାଅନ୍ତର୍ଗତ ହାସନପୁରର ଦେବାଶିଷ ଚମ୍ପତି ତାଙ୍କ ଅନ୍ୟ ୩ଜଣ ବନ୍ଧୁଙ୍କ ସହ ତୁଳସିପୁର କୁ ବିବାହ ଭୋଜିରେ ଯୋଗଦେବାକୁ କାରନଂଓଡ଼ି ୦୨ଡ଼ିସି ୬୩୭୩ରେ ଯାଉଥିଲେ । ନିମାପଡ଼ା ଜୟଶ୍ରୀ ଛକର ଅଭିଯୁକ୍ତଯୁବକ ତାର କାର ଓଡ଼ି ୦୨ ଏଆର ୬୮୧୧ନମ୍ବର କାରକୁ ହଠାତ ଓଭରଟେକ କରି ଜୟଶ୍ରୀ ଛକର ପ୍ରସାନ୍ତ କୁମାର ପାତ୍ର(ରଜୁଂ) ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବା ଦେବାଶିଷ ଚମ୍ପତିଙ୍କ କାରକୁ ଅଟକାଇ ତାଙ୍କୁ ମାଡ଼ମାରିବାସହ କାରକୁ ଭଙ୍ଗାରୁଜା କରିଥିଲେ ଏତିକି ମନ ସନ୍ତୁଷ୍ଟି ହୋଇନଥିଲା ସେ ଏବଂ ତାଙ୍କ ସାଙ୍ଗମାନେ ପିନ୍ଧିଥିବା ସୁନାରୁପା ଅଳଙ୍କାର ଏବଂ ନଗଦ୧୦ ହଜାର ଟଙ୍କା ଲୁଟିନେଇ ଅଭିଯୁକ୍ତ ରଜୁଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଦେବାଶିଷ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବାସହ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସନଂ୨୨୯ ମାମଲା ରୁଜୁ କରିଥିଲା। ଅଭିଯୁକ୍ତକୁ ଗିରଫକରିବାପାଇଁ ପୁରୀ ଏସପି ଙ୍କ ନିର୍ଦ୍ଦେଶରେ ଆଇଆଇସି ସମରେନ୍ଦ୍ର ପାଇକରାୟଙ୍କ ନେତୃତ୍ବରେଏକ ସ୍ବତନ୍ତ୍ରୀ ସ୍କାର୍ଡ଼ ଗଠନ କରିଥିଲେ। ଏବଂ ଏସଡ଼ିପିଓ ଜନାର୍ଦ୍ଦନ ପାଢୀ ମାମଲାର ସୁପରିଭଜନ ଅଧିକାରୀ ନିଯୁକ୍ତି ଦେଇଥିଲେ। ପୁଲିସ ବୈଷୟିକ ଯନ୍ତ୍ରର ସହୟତା ଏବଂ ସ୍ଥାନୀୟ ଲୋକମାନଙ୍କ ସୁଚନାକୁ ଆଧାରକରି ଅଭିଯୁକ୍ତ ପ୍ରାଶାନ୍ତ ପାତ୍ର( ରଜୁଂ)କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ରଂଜୁ ନାମରେ ନିମାପଡ଼ା ଥାନା କେସନଂ ୭୭ , ତା୭-୩-୨୦୧୯, କେସନଂ ୩୦୭ ୩୦-୧୧-୨୦୧୯, କେସନଂ ୧୨୬ ତା୪-୬-୨୦୨୦, କେସନଂ ୧୧୫ ୨୭-୩-୨୦୨୧ କେସନଂ ୦୯ତା ୫-୧୨୦୨୩ ସଙ୍ଗୀନ ମାମଲାରହିଥିବା ପୁଲିସ ସୁଚନାଦେଇଚନ୍ତି। ସୁଚନାଯୋଗ୍ୟ ଅଭିଯୁକ୍ତ ଯୁବକ ଗିରଫରୁ ବଚିଂବାପାଇଁ ସରକାରୀ ଦଳର ପତକା ନିଜ କାରରେ ଲଗାଇ ବୁଲୁଥିଲା।
କାରକୁ ଭଙ୍ଗାରୁଜାକରି ସୁନା,ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟିଥିବା ବହୁ ମାମଲାରେ ଜଡ଼ିତଥିବା ଅଭିଯୁକ୍ତ ଗିରଫ









Leave a Reply