ବିଜେପିରେ ଯୋଗଦେଲେ ଛଣିଜଙ୍ଗ ଗ୍ରାମପଞ୍ଚାୟତର ବାଲୁଙ୍କ ଗ୍ରାମର ବିଜେଡି କର୍ମୀ

ନିମାପଡ଼ା ୨୦/୯ (ଏ.ପି ନିୟୁଜ): ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର  ଛଣିଜଙ୍ଗ ଗ୍ରାମପଞ୍ଚାୟତର ବାଲୁଙ୍କ ଗ୍ରାମର ବିଜେଡି କର୍ମୀମାନେ ଆଜି ବିଜେପିରେ ଯୋଗଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ବାସଭବନଠାରେ ସେମାନେ ଦଳରେ ସାମିଲ ହୋଇଛନ୍ତି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନୂତନ ଭାବେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ୱାଗତ ଜଣାଇବା ସହ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ମଜଭୁତ କରିବାକୁ କହିଥିଲେ |  ୨୧ ନଂ ଜୋନ୍ ର ପୂର୍ବତନ ଜିଲ୍ଲାପରିଷଦ ପ୍ରଦୀପ ନାୟକ,ପ୍ରମୁଖ ନେତା କୃଷ୍ଣ ଚନ୍ଦ୍ର ନାୟକ  ଙ୍କ ଉପସ୍ଥିିରେ ବାଲୁଙ୍କ ଗ୍ରାମ ର ନେତ୍ରାନନ୍ଦ ପ୍ରଧାନ,ସୁନୀଲ କୁମାର,ହେମନ୍ତ ମିଶ୍ର,କପିଲ ମୁଦୁଲି,ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ପ୍ରଧାନ,ଜଟାଧାରୀ ପ୍ରଧାନ,କ୍ଷୀରୋଦ ନାୟକ,ନିରଞ୍ଜନ ପ୍ରଧାନ,ବେଣୁଧର ପ୍ରଧାନ,ରାଜକିଶୋର ଦାସ,ବିଜୟ ବିଶ୍ୱାଳ,ପ୍ରସନ୍ନ ବିଶ୍ୱାଳ,ସରୋଜ ବିଶ୍ୱାଳ,ନୀଳମଣି ପ୍ରଧାନ,ବୈରାଗୀ ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର  ବିଶ୍ୱାଳ,ଭାସ୍କର ବିଶ୍ୱାଳ ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ବିଜେପି ରେ ଯୋଗ ଦେଇଥିଲେ।(ଫଟ)

Leave a Reply

Your email address will not be published. Required fields are marked *