,ଛାତ୍ର ଗୋଷ୍ଠୀଙ୍କୁ ନେଇ ଆରମ୍ଭ ହେଲାଣି ଭୋଜିଭାତର ଆସର,
ନିମାପଡ଼ା, ୬/୧୦(ଏ.ପି ନିୟୁଜ) ଛାତ୍ର ସଂସଦ ନିର୍ବାଚନ ୮ ବର୍ଷ ପ୍ରତିକ୍ଷାର ଅନ୍ତ ଗଠିଛି । ଚଳିତ ମାସ ୧୫ତାରିଖରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିଛି ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ୭ତାରିଖରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ନିମାପଡ଼ା ଅଟୋ କଲେଜପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଉଚ୍ଚଶିକ୍ଷା ବିଭାଗ ଗାଇଡ଼ ଳାଇନ ଅନୁସାରେ ନିର୍ବାଚନ ହେବ ବୋଲି ଅଧ୍ୟକ୍ଷ ସୁଚନାଦେଇଛନ୍ତି। ୯ତାରିଖରେ ଛାତ୍ର ସଂସଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ୧୬ତାରିଖରେ ଛାତ୍ର ସଂସଦ ନବ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ନେବେ। ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମହଲରେ ଖୁସି ଦେଖାଦେଇଛି। କଲେଜରେ ଥିବା ଛାତ୍ରମାନଙ୍କର ସମାସ୍ୟା ଓ କଲେଜର ସମାସ୍ୟା ଏଣିକି ଛାତ୍ର ପ୍ରତିନିଧିମାନେ ସମାଧାନପାଇଁ ଅଣ୍ଟା ଭିଡ଼ିବେ। କଲେଜରେ ଶାନ୍ତି ଶୃଙ୍ଖଳାର ଶେଷ ହେବା ସହ ଓ ଯୋଗ୍ୟ ପ୍ରତିନିଧି ବାଛିବା ପାଇଁ ଛାତ୍ରଛାତ୍ରୀମାନେ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟ ସମାସ୍ୟ କଲେଜ ମଧ୍ୟ ଦେଇ ଯାଇଥିବା ସର୍ବସାଧାରଣ ରାସ୍ତା କଲେଜ ଅଧିନରେ ରହିବ କୁପଡ଼ିଆ ନିର୍ମାଣ କରିବା , କଳେଜ ହତାକୁ ଅଣ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲାଗିବା ଏବଂ କଳେଜ ପରିସରକୁ ସରକାରୀ ବସ ଚଳାଚଳ କରିବା ଇତ୍ୟାଦି ସମସ୍ୟାକୁ ନେଇ ଚଳିତ ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି। ଛାତ୍ର ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ଏହି ସବୁ ସମାସ୍ୟାର ସମାଧାନ କରିବାପାର୍ଇ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି। ନିର୍ବାଚିତ ହେଲେ ଏସବୁ ଦାବୀଗୁଡ଼ିକ ପ୍ରତି ଧ୍ୟାନ ଦେବେ। ଛାତ୍ରମାନଙ୍କ ଭିତରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଯେତିକି ଉତକଣ୍ଠା ପ୍ରକାଶ ପାଉନି ନିମାପଡ଼ାର ରାଜନୈତିକ ଦଳର ନେତା ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ରାଜନୈତିକ ଦଳର ବଡ଼ପଣ୍ଡାମାନେ ଛାତ୍ର ପ୍ରତିନିଧିମାନଙ୍କୁ ନିଜ ପକ୍ଷକୁ ନେବାପାଇଁ କସରତ ଆରମ୍ଭ କରିଥିବା କଲେଜ କ୍ୟାମ୍ପସରୁ ଜଣାପଡ଼ୁଛି । ସରକାରୀ ଦଳକୁ ପାନେ ଦେବାପାଇଁ ବିରୋଧୀଦଳର ନେତାମାନେ ସେମାନଙ୍କ ଛାତ୍ର ଗୋଷ୍ଠୀ ମାନଙ୍କୁ ଏକାଠି କରୁଥିବା ସୁଚନା ପ୍ରକାଶ ପାଇଛି। ବିରୋଧୀ ମାନଙ୍କ ମଧ୍ୟରେ ମତଭେଦ ଥିଲେ ଜଣେ ରାଜ ନେତା ବୁଝାମଣା କରି ଛାତ୍ର ସଂସଦ ନିର୍ବାଚନ ଲଢାଯିବ ବୋଲି ଆଜି ଠାରୁ ଉଦ୍ୟମ ଆରମ୍ଭ ହୋଇଛି। ଛାତ୍ରମାନ ସମାଜକୁ ନିଜ ପକ୍ଷକୁ ନେବାପାଇଁ ତୁହାକୁ ତୁହା ବୈଠକ ଆରମ୍ଭ କରିଦେଇଛନ୍ତି। ସରକାର ଛାତ୍ର ସଂସଦର ପ୍ରାର୍ଥିମାନଙ୍କ ନିର୍ବାଚନ ଖର୍ଚ୍ଚ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ଦ୍ଦୋନାମା ଜାରି କରିଛନ୍ତି। ଏବଂ ନିର୍ବାଚ ଫଳ ଝେଘଷଣାର ଦୁଇ ସପ୍ତାହ ମଧ୍ୟରେ ନିର୍ବାଚ ଖର୍ଚ୍ଚର ହିସାବ ଦେବେ। ରାଜନୈତିକ ଦଳରୁ ଟଭ୍କା ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଳେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନିଜ ପକ୍ଷର ପ୍ରାର୍ଥିମାନଙ୍କୁ ନିର୍ବାଚିତ କରିବାପାଇଁ ରାଜନୈତିକ ଦଳର ନେତା ମାନେ ପାଣିଭଳି ଟଙ୍କା ଖର୍ଚ୍ଚ କରିବେ ବୋଲି ଏବେଠାରୁ ଜଣାପଡ଼ିଲାଣି। ଏବଂ ଛାତ୍ର ମାନଙ୍କୁ ନିଜ ପକ୍ଷକୁ ନେବାପାଇଁ ଭୋଜିଭାତର ବ୍ୟବସ୍ଥା ଆରମ୍ଭ ହୋଇଗଲାଣି।











Leave a Reply