ନିମାପଡ଼ା,୨/୧୦ (ଏ.ପି ନିୟୁଜ)
ବିଜେଡ଼ି ପକ୍ଷରୁ ଜନସଂପର୍କ ଅଭିଯାନ ଆଜି ଉଦଘାଟିତ ହୋଇଛି। ପୁରୁଣା ବସଷ୍ଟାଣ୍ଡ ନିକଟରୁ ଜନସଂପର୍କ ପଦଯାତ୍ରା କୁ ବିଜେଡ଼ିର ପୁରୀ ଜିଲା ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ବାଇଁ, ଏନ.ଏ.ସି ନଗର ସଭାପତି ଧନୁର୍ଦ୍ଦର ଦାସ, ବ୍ଲକ ସଭାପତି ଭାଗ୍ୟଧର ଗଟେଇ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ ,ପୁରୀ ଜିଲା ବିଜେଡ଼ି ଉପସଭାପତି ତଥା ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ ପ୍ରମୁଖ ପଦଯାତ୍ରାକୁ ଉଦଘାଟନ କରିବାସହ ପଦଯାତ୍ରୀମାଙ୍କସହ ସାମିଲ ହୋଇ ଳୋକମାନଙ୍କ ସାମାସ୍ୟା ଗୁଡ଼ିକ ବିଷୟରେ ବୁଝିଥିଲେ । ନିମାପଡ଼ାର ଶହଶହ ସଂଖ୍ୟାରେ ବିଜେଡ଼ି କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନି ଦେଇଥିଲେ। ଭାଜପା ସରକାର ରାଜ୍ୟରେ କ୍ଷମତା ହାସଲ କରିବାରୀ ଅଢେଇବର୍ଷ ପୂରିବାକୁ ବସିଲାଣି ଗୋଟିଏ ହେଲେ ସମାସ୍ୟାର ସମାଧାନ ହୋଇପାରିନାହିଁ। ଏ ସରକାର କେବଳ ରଙ୍ଗ ବଦାଳଇଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ବିଷୟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରକୁ ଘର ଯାଇ ନବୀନ ସରକାରଙ୍କ ଯୋଜନା ସପଂର୍କରେ ଅବଗତ କରିବୁ । ଲୋକମାନଙ୍କ ସମାସ୍ୟା ,ଅସୁବିଧା ସଂପର୍କରେ ପଚାରି ବୁଝିବାସହ ବିଜେଡ଼ି ସଭାପତି ନବୀନବାବୁଙ୍କୁ ଅବଗତ କରାଇବୁ। ପଦଯାତ୍ରୀ ଦଳ ନିମାପଡ଼ା ଏନ.ଏ.ସି ଅଞ୍ଚଳରେ ଥିବା ସ୍ବାଧୀନତା ସଂଗ୍ରାମୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତିର ପିତା ମହାତମା ଗାନ୍ଧୀଙ୍କ ଓ ବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବାସହ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ସଭାପରେ ବର୍ଷିୟାନ ମହିଳା ନେତ୍ରୀ କୁଞଲତା ସାମଲ, ବିଜୟ ପଟ୍ଟନାୟକ, ଯୁବନେତା ମାନସ ପ୍ରଧାନ,ଦିଲିପ ପାତ୍ର, ଗୟାଧର ବେହେରା, ଆଡ଼ଭୋକେଟ ବଟକୃଷ୍ଣ ସାହୁ, ରବିନ୍ଦ୍ର ମଲିକ, ଟୁଲୁଜେନା ପ୍ରମୁଖ ଉଦବୋଧନ ଦେଇ ପଦଯାତ୍ରାକୁ ସଫଳକରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଆସନ୍ତା କାଲି ଠାରୁ ନିମାପଡ଼ା ବ୍ଲକର ୩୨ ଟି ପଞ୍ଚାୟତ ଏନ.ଏ.ସିଅଞ୍ଚଳରେ ପଦଯାତ୍ରା ପରିକ୍ରମାକରିବାସହ ଲୋକମାନଙ୍କ ସମାସ୍ୟା ସଂପର୍କରେ ଅବଗତହେବେ। ଏବଂ ବିଜେପିସରକାର ଜନବିରୋଧୀ ବିଲୋ ପ୍ରଚାର କରିବେ ଜନସଂପର୍କ ଅଭିଯାନର ଉଦ୍ଦେଶ୍ୟ।











Leave a Reply