ନିମାପଡ଼ା, ୨୯/୯( ଏ.ପିନିୟୁଜ) ଆାଗକୁ ରାଜ୍ୟରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୈାର ପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବିଜେଡ଼ି ପୁଣି ଶାସନ କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ଦଳର ସାଙ୍ଗଠନିକ ଶକ୍କତି ବୃଦ୍ଧିପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ପୁରୀ ଜିଲା ସଭାପତି ଉମକାକାନ୍ତ ସାମନ୍ତରାୟ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା , ଗୋପ ବ୍ଲକ ଏବଂ ନିମାପଡ଼ା ଏନ.ଏ.ସି ରେ ଦଳର ତୃରମୂଳ ସଙ୍ଗଠନ କୁ ମଜଭୁତ କରିବାପାଇଁ ଏକ ୯ଜଣିଆ ସମନ୍ବୟ କମିଟି ଗଠନ କରିଛନ୍ତି। ସମନ୍ବୟ କମିଟି ଜିଲା ସଭାପତିଙ୍କୁ ସହଯୋଗ କରିବ। ଏହି କମିଟିରେ ବର୍ଷିଆନ ମହିଳା ନେତ୍ରୀ କୁଞ୍ଜଲତା ସାମଲ,ନିମାପଡ଼ା ଜିଲାପରିଷଦ ସଭ୍ୟ, ଝୁନୁମଣୀ ମଲ୍ଲିକ ଗୋପ ବ୍ଲକ, ରବିନ୍ଦ୍ର ମଲିକ ଜିଲାପରିଷଦ ସଭ୍ୟ ନିମାପଡ଼ା ବ୍ଲକ, ସସ୍ମିତା ନାୟକ ଜିଲାପରିଷଦ ସଭ୍ୟ ନିମାପଡ଼ା ବ୍ଲକ, ଲୋକନାଥ ସାହୁ , ଧନୁର୍ଦ୍ଧର ଦାସ ,କାଉନସିଲର ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ( ସମସ୍ତେ ଏନଏ.ସି) ମହେଶ୍ବର ସ୍ବାଇଁ ଗୋପ ବ୍ଲକ, ଭାଗ୍ୟଧର ଖଟେଇ ନିମାପଡ଼ା ବ୍ଲକ । ପରବର୍ତ୍ତି ସମୟରେ ଆବଶ୍ୟକ ପଡ଼ିଲେ ଏହି କମିଟିକୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଅନ୍ୟ ବିଜେଡ଼ି ନେତାମାନଙ୍କୁ ନିମନ୍ତ୍ରୀତ ସଭ୍ୟଭାବେ ନିଆଯିବ ବୋଲି ଦଳର ଉପସଭାପତି ଦେବୀମଶ୍ର ଏକ ପ୍ରେସ ବିବୃତି ଜାରିକରି ସୂଚନା ଦେଇଛନ୍ତି।











Leave a Reply