ନିମାପଡ଼ା, ୯/୭(ଏ.ପି ନିୟୁଜ) ବିବାହ କରିବାର ପ୍ରଲୋଭନ ଦେଖାଇ ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ମିଳିଥିବା ସୁଚନାରୁ ପ୍ରକାଶ ଗୋପ ଥାନା ଅନ୍ତର୍ଗତ ନାଗପୁର ନିକଟସ୍ଥ ପଦ୍ମପୁର ଗ୍ରାମର ସୋନିଆଁ ଦାସ (ଛଦ୍ମନାମ)ନାମକ ମହିଳା ନିମାପଡ଼ାରେ ଥିବା ଏକ ନର୍ସିଂ ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷଣ ନେଉଥିଲେ। ନିମାପଡ଼ା ଥାନା ଅଧିନସ୍ଥ ରଟିଲୋ ଗ୍ରାମର ରଶ୍ମି ଓରଫ ସ୍ମୁତି ରଞନ ସ୍ବାଇଁ ଉକ୍ତ ନର୍ସିଂ ଛାତ୍ରୀକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଏବଂ ବିଭିନ୍ନ ସମୟରେ ସେ କରିଥିବା ଭିଡ଼ିଓକୁ ସର୍ବସାଧାରଣରେ ଛାଡ଼ିବ ବୋଲି ଧମକ ଦେଉଥିଲା। ରଶ୍କି ବିବାହିତ ଯୁବକ ଜାଣିବା ପରେ ପିଡ଼ିତା ଜଣକ ନିମାପଡ଼ା ପୁଲିସରେ ଅଭିଯୋଗ କରିଥିଲା ତତକ୍ଷଣାତ ଆଇଆଇସି ଶ୍ରୀ ସମରେନ୍ଦ୍ର ପାଇକରାୟ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କ ଘର ଉପରେ ଚଢଉକରି ଅଭିଯୁକ୍ତ ରଶ୍ମିକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ଅଭିଯୁକ୍ତ ନାମରେ ନିମାପଡ଼ା ଥାନା କେସନଂ ୨୧୭/୨୬ର ଧାରା ୧୧୫,(୨)୨୯୬/୩୫୧(୩)/ ୬୯ ଭାରତୀୟ ଦଣ୍ଡ ବିଧିଆଇନ ରେ ମାମଲାରୁଜୁ କରିଛନ୍ତି।









Leave a Reply