ଅସ୍ତରଙ୍ଗ୩/୯(ଏ.ପି ନିୟୁଜ), ଅସ୍ତରଙ୍ଗ ଥାନା ଅଧୀନ ଅସ୍ତରଙ୍ଗ ବଜାରର ହାଇ ସ୍କୁଲ ଛକ ନିକଟରେ ଥିବା ମହାନ୍ତି କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନ ରୁ କୋଟିଏ ଟଙ୍କାର ମୋବାଇଲ ସେଟ ସହ ଲକ୍ଷାଧିକ ନଗଦ ଟଙ୍କା ଡ଼କାୟତି ହୋଇଯାଇଥିଲା। ଏହି ଡ଼କାୟତି ଘଟଣାର ପର୍ଦ୍ଦା ଫାସ କରିଛି ପୁରୀ ପୋଲିସ l
ସୁଚନା ରୁ ପ୍ରକାଶ ଯେ, ଗତ ୧୭/୮/୨୦୨୦୬ରିଖ ରାତିରେ ଦୋକାନ ର ସଟର ଭାଙ୍ଗି ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ମୋବାଇଲ ସେଟ ଓ ୧ ଲକ୍ଷ୍ୟ୫୦ହଜାର ଟଙ୍କା ଡ଼କାୟତି ହୋଇ ଥିଲା l ଏହି ଡ଼କାୟତି ଘଟଣାର ଅସ୍ତରଙ୍ଗ ପୁଲିସରେ ଲିଖିତ ଅଭିଯୋଗ ପରେ ଥାନା କେଶ ନମ୍ବର ୨୧୭/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା l ପୁରୀ ଏସ ପି ଙ୍କ ନିର୍ଦେଶ କ୍ରମେ ଡ଼କାୟତମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଥିଲା। ପୁଲିସ ସିସିଟିଭି ଓ ଟେକେନିକାଲ ସର୍ଭେଲାନ୍ସ ଆଧାର ରେ ତଦନ୍ତ କରି, ଉତ୍ତର ପ୍ରଦେଶ ସମଲି ଜିଲ୍ଲାରୁ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିବାର ସକ୍ଷମ ହୋଇଛି l ଗିରଫ ମାନେ ହେଲେ, ଜିସାନ୫୪,ଶୋକିନ୍ ୩୫,, ଅବଦୁଲ କାଦିର,୨୩, l ମୂଖ୍ୟ ଅଭିଯୁକ୍ତ ପରବେଜ ଫେରାର ଅଛି l ତଦନ୍ତ ରୁ ଜଣା ଯାଏ ଯେ, ଅଭିଯୁକ୍ତ କିସାନ କାକଟପୁର ଭଣ୍ଡାଘର ଗ୍ରାମର ରେଶମା ଶେଖ ଙ୍କୁ ବିବାହ କରିଥିଲା l ତାର ପୁଅ ପରବେଜ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଫେରିବାଲା କାମ କରେ l ଅସ୍ତରଙ୍ଗ ବଜାର ମଧ୍ୟରେ ଥିବା ଏହି ମୋବାଇଲ ଦୋକାନ ଟିକୁ ନଜର କରି ଅଭିଯୁକ୍ତ ମାନେ ଡ଼କାୟତି କରିବାର ଯୋଜନା କରି ଥିଲେ l ବିଭିନ୍ନ ସୁତ୍ରରୁ ଆଧାରକରି ପୋଲିସ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ତିନିଜଣ ଡ଼କାୟତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଡ଼କାୟତ ତିନିଜଣଙ୍କ ଠାରୁ, ୪୦ଟି ମୋବାଇଲ ଫୋନ,୧ଲକ୍ଷ୍ୟ ୮୦ହଜାର,ଟଙ୍କା, ସଟର ଭାଙ୍ଗିବା ଶାବଳ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ପରବେଜ ଫେରାର ଥିବାରୁ ତାକୁ ଗିରଫ କରିବାପାଇଁ ନିମାପଡ଼ା ଏସଡ଼ିପିଓ ଜନର୍ଦ୍ଦନ ପାଢୀ ଜାଲ ବିଛାଇଛନ୍ତି ଏବଂ ତା ନିକଟରୁ , ଆଉ ବାକି ରହିଥିବା ସାମଗ୍ରୀ ଗୁଡ଼ିକ ଜବତ ସହ ଫେରାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳୂାଇଛି। ପୁରୀ ଏସ ପି ପ୍ରତୀକ ସିଂ ନିର୍ଦ୍ଦେଶରେ ଅସ୍ତରଙ୍ଗ ଥାନାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲାl ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମିଳନୀ ରେ ନିମାପଡା ର ଏସ ଡି ପି ଓ, ଜନାର୍ଦ୍ଧନ ପାଢ଼ୀ ଡ଼କାୟତି ଘଟଣାର ବିବରଣୀ ଦେଇଥିଲେ। , ଅସ୍ତରଙ୍ଗ ଆଇ ଆଇ ସି ବିଦିତା ନାୟକ, ଚାରିଛକ ଥାନା ଆଇ ଆଇ ସି ଏସ, ପ୍ରିୟଦର୍ଶି ମହାନ୍ତି, କାକଟପୁର ଥାନା ର ଏସ ଆଇ ଅମିତ ପାଢ଼ୀ,ଙ୍କ ସମେତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।














Leave a Reply