ନିମାପଡ଼ା,୨୫/୯ (ଏ.ପି ନିୟୁଜ)) ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ହେବାକୁ ଯାଉଥିବାରୁ ବିଜେଡ଼ିର ମୁଖ୍ୟ ପୁରୀ ଜିଲା କମିଟି ଗଠନ କରିଛନ୍ତି। ପୁରୀ ଜିଲା ବିଜେଡ଼ିର ସଙ୍ଗଠନକୁ ସୃଦୃଢ ଓ କ୍ରିୟାଶୀଳ କରିବାକୁ ଜିଲା କମିଟିକୁ ନୂତନଭାବେ ଗଠନ କରିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ୫୦ ଜଣିଆ ପୁରୀ ଜିଲା ବିଜେଡ଼ିର ନୂତନ କମିଟୀ ଗଠନ କରାଯାଇଛି। ପୁରୀ ଜିଲାରେ ୬ଟି ବିଧାନସଭା କ୍ଷେତ୍ର ରହିଛି । ପୁରୀ ଜିଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟଙ୍କୁ ସାହାଯ୍ୟ କରିବାପାଇଁ କାକଟପୁରର ସ୍ବାଧୀନ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଯାଇଛି। ୫ଜଣିଆ ଜିଲା କମିଟିରେ ୧୩ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ନିମାପଡ଼ା ପୂର୍ବତନ କାଉନସିଲର ତଥା ସଙ୍ଗଠକ ଅରୁଣ ପ୍ରସାଦ ଦାଶଙ୍କୁ ଉପ-ସଭାପତି ଭାବେ ନିଯୁକ୍ତିମିଳିଛି। ଏହି କମିଟୀରେ ୨୫ ଜଣଙ୍କୁ ସାଧାରଣ ସଂପାଦକ ପଦ ମିଳିଛି। ନିମାପଡ଼ାର ପୂର୍ବତନ ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞନ ମହାପାତ୍ର, ପୂର୍ବତନ ସରପଞ୍ଚ ବିଜୟ ପଟ୍ଟନାୟକ ଏବଂ ନିରଞନ ଶଗଡ଼ିଆଙ୍କୁ ସାଧାରଣ ସଂପାଦକ ଦିଆଯାଇଛି । ଜିଲାକମିଟିରେ ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ନିମାପଡ଼ାର ପ୍ରତିନିଧିତ୍ବ କମ ରହିଛିବୋଲି ନିମାପଡ଼ା ବିଜେଡ଼ିରେ ଆଲୋଚନା ହେଉଛି। ଗତ ନିର୍ବାଚନରେ ହାରିଥିବା ବିଜେଡ଼ିନେତା ଦିଲିପ ନାୟକଙ୍କ ଗୋଷ୍ଠୀର କେହି ନେତା ନବ ଗଠିତ ୫୦ ଜଣିଆ ଜିଲା କମିଟୀରେ ନାହାଁନ୍ତ। ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ଶଙ୍ଖଭବନରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତଥିବା ପ୍ରେସ ନୋଟରୁ ୫୦ ଜଣିଆ କମିଟି ଗଠନ ସୁଚନା ପ୍ରକାଶପାଇଛି
ଅରୁଣ ପ୍ରସାଦ ଦାଶ ,ଉପସଭାପତି, ବିଜେଡ଼ି ପୁରୀଜିଲା
ପୁରୀ ଜିଲା ବିଜେଡ଼ିର ଜିଲା କମିଟୀରେ ନିମାପଡ଼ାର ୪ ଜଣ ବରିଷ୍ଠ ନେତା











Leave a Reply