ବସ ଚାଳକ ସାଇଡ଼ ନଦେବାରୁ ଭୁଜାଲିରେ ଆକ୍ରମଣ। ଦୁବ୍ରୁତ୍ତଙ୍କ ବାଇକ ଜବତ

ନିମାପଡ଼ା୧୨/୭ ((ଏ.ପି ନିୟୁଜ)) ଗତ କାଲି ରାତିରେ ନିମାପଡ଼ାରୁ କାକଟପୁର ଯାଉଥିବା ଏକ ଯାତ୍ରୀବାହୀ ବସ ସ୍ଥାନୀୟ ଗୋଲେଇ ଛକରେ ପଛରେ ଆସୁଥିବା ଏକ ବାଇକକୁ ସାଇଡ଼ ଦେଇନଥିବା ଓ ବସ ଚାଳକ  ନିକଟରେ ଥିବା ଏକ ସମିଲ ନିକଟରେ ସୁବିଧା ଦେଖି  ବାଇକ ଚାଳକକୁ ସାଇଡ଼ ଦେଇଥିଳେ। ଏହି ସାମାନ୍ୟ ଘଟଣାରେ ବାଇକ ଚାଳକ    ଉତକ୍ଷିପ୍ତ ହୋଇପଡ଼ି ବସ ଆଗକୁ ଆସି ଅଟକାଇବାସହ ବସ ଚାଳକକୁ ଏକ ଭୁଜାଲିରେ ରେ ଅକ୍ରମଣ  କରି ଗୁରୁତର କିରିଛି।  ବସ କଣ୍ଡକ୍ଟର ଠାରୁ ୧୦ ହଜାରରୁ ଉଦ୍ଧଁ ଟଙ୍କା ଛଡ଼ାଇ ନେଇଥିବା  ଅଭିଯୋଗ ହୋଇଚି। ବସ  ବସଚାଳକ ଆହତ ହୋଇ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୁଲିସରେ ବସଚାଳକ ଅଭିଯୋଗ କରିବାପରେଘଟଣାସ୍ଥଳରେ ପହଁଞ୍ଚି ଦୁର୍ବତ୍ତ ଦୁଇ ଜଣ ବ୍ୟବହାର କରୁଥିବା ବାଇକକୁ ଘଟରା ସ୍ଥଲରେ ଛାଡ଼ି ଚାଲିଯାଇଥିବା ବାଇକକୁ ଜବତ କରିଛି। ଭୁଜାଲି ମାଡ଼ କରିଥିବା ବାଇକ ଚାଳକ ଓ ପଛରେ ବସିଥିବା ଯୁବକମାନଙ୍କୁ ଚାଳକ  ସନ୍ତୋ‌େ କୁମାର ମାଝୀ ଥାନାରେ ଅଭିଯୋଗ କରିଛି। ପୁଲିସ    ଜବତ କରିଥିବା ବାଇକ ନଂ ଓଡ଼ି- ୦୨ଡ଼ିବି୪୫୫୧ । ବାଇକରେ ବୁଲୁଥିବା ଯୁବକମାନେ କିଏ ଏବଂ ସେମାନେ କାହିଁକି ରାତିରେ ଭୁଜାଲିଧରି ବୁଲୁଥିଲେ ପୁଲିସ ତଦନ୍ତ କରୁଛି।  ଅସାମିଜିକ ଯୁବକମାନେ ଜୖନିକ ମହିଳାଙ୍କୁ ଅସଦବ୍ୟବହାରକରିଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିବା ଘଟଣାରେ ଏମାନେ ଉତକ୍ଷିପ୍ତ ହୋଇ ପଡ଼ି ପୁଲିସକୁ ବଦନାମ କରୁଥିବା ଅଭିଯୋଗ ହୋଇଛି।  ପୁଲିସ ଘଟଣାକୁ ଚ୍ୟାଲେଞ୍ଚଭାବେ ନେଇ ତଦନ୍ତ ଚଳାଇଥିବା ସୁଚନାଦେଇଛି।

Leave a Reply

Your email address will not be published. Required fields are marked *