ଅସ୍ତରଙ୍ଗ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା

ଅସ୍ତରଙ୍ଗ, (ଏ.ପି ନିୟୁଜ)  ସାରା ଭାରତ ବର୍ଷ ରେ ସାଇବର ଲୁଟେରା ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି, ମୋବାଇଲ କୁ ଅଜଣା ନମ୍ବର ରେ କଲ୍ ଆସୁଛି ଯଦି କେହି କଲ୍ ଟିକୁ ଗ୍ରହଣ କରୁଛନ୍ତି ଠକମାନେ ଗ୍ରାହାକଙ୍କ ବ୍ୟାଙ୍କ ଖାତରୁ   ଠକଙ୍କ କଥାରେ  ଶିକାର ହୋଇ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ଏ ନେଇ ଅନେକ ମାମଲା ପୁଲିସରେ ଅଭିଯୋଗ ହେଉଛି।  ସାଇବର ଠକଙ୍କ ଠାରୁ ଦରରେ ରହିବାପାଇଁ ପୁରୀ  ଜିଲାପୋଲିସ ପ’କ୍ଷରୁ ଅସ୍ତରଙ୍ଗ  ଥାନା ମାଧ୍ୟମ ରେ ସଚେତନତା ଆରମ୍ଭ କରାଯାଇଛି, ଅସ୍ତରଙ୍ଗ ଓ଼ କାକଟପୁର ଥାନା ଅଧୀନରେ ବିଭିନ୍ନ ବିଦ୍ୟାଳୟ, କଲେଜ ଓ଼ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକ ମାନଙ୍କ ଅବଗତି ପାଇଁ ନିର୍ଦ୍ଦେଶାବଳୀ ଫଳକ ଲଗାଯାଉଛି, କିଭଳି ଜଣେ ବ୍ୟକ୍ତି ନିଜକୁ ଓ଼ ନିଜ ପରିବାର କୁ ସାଇବର ଠକେଇ ରୁ  ଦୂରରେ ରହିବ  ଓ଼ ଅନଲାଇନ ଆର୍ଥିକ କାରବାର ରୁ ନିଜକୁ ସୁରକ୍ଷିତ କରିପାରିବ ଏ ବାବଦରେ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜନସେଚତନା ପାଇଁ ସର୍ବସାଧାରଣ ସ୍ଥାନରେ ପ୍ରଚାରପତ୍ର ବ୍ୟାନର, ପୋଷ୍ଟର ଲଗାଇଛି ଏବଂ ଗଣମାଧ୍ୟମର ସାହାଯ୍ୟନେଇ  ଲୋକ ମାନଙ୍କୁ ସଚେତନ କରାଉଛନ୍ତି, ଯାହା ଫଳରେ ଭବିଷ୍ୟତ ରେ ଏହି ସାଇବର ଅପରାଧ କ୍ରମଶଃ କମିବା ସହ କୌଣସି ବ୍ୟକ୍ତିବିଶେଷ ଏହି ଠକେଇ ର ଶିକାର ହେଇପାରିବେ ନାହିଁ, ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ପୁଲିସକୁ ସାଧାରଣରେ ପ୍ରଶଂ‌ଷା କରାଯାଇଛି।

Leave a Reply

Your email address will not be published. Required fields are marked *