ବଳଙ୍ଗା୧୦/୭(ଏ.ପି ନିୟୁଜ)- ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୪ବର୍ଷୀୟା ନାବାଳିକା ଅପହରଣ ଅଭିଯୋଗର ମାତ୍ର ୮ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମଣିପୁର ଗ୍ରାମର ସଂଗ୍ରାମ ଦଳାଇ (୨୦) ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୁଚନାରୁ ପ୍ରକାଶ ଥାନା ଅଭିଯୁକ୍ତ ସଂଗ୍ରାମ ନିଜ ପରିବାର ସହ ସତ୍ୟବାଦୀ ଥାନା କାଦୁଆ ଅଞ୍ଚଳରେ ରହୁଛନ୍ତି। ଗତ ୭ତାରିଖ ସକାଳ ସମୟରେ ବଳଙ୍ଗା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୪ବର୍ଷିୟା ନାବାଳିକା ଘରୁ ସାଇକେଲ ନେଇ ଘରୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଫଳରେ ନାବାଳିକା ମା ସେ ନେଇଥିବା ମୋବାଇଲକୁ ଯୋଗାଯୋଗ କରିବାରେ ତାହା ସୁଇଚ ଅଫ ଥିଲା। ପରିବାର ଲୋକେ ବହୁତ ଖୋଜ ଖବର ନେବାରେ ନାବାଳିକାକୁ ଅଭିଯୁକ୍ତ ସଂଗ୍ରାମ ମିଥ୍ୟା ପ୍ରଲୋଭନ ଦେଇ ଅପହରଣ କରିଥିବା ଜାଣିବାକୁ ପାଇଥିଲେ। ପରେ ପରିବାର ଲୋକେ କାଦୁଆ ସ୍ଥିତ ସଂଗ୍ରାମଙ୍କ ପରିବାର ରହୁଥିବା ଘରେ ପହଁଞ୍ଚି ନାବାଳିକାକୁ ଛାଡ଼ିବାକୁ କହିଥିଲେ। ସଂଗ୍ରାମଙ୍କ ପରିବାର ନାବାଳିକାକୁ ଛାଡ଼ିବେନି ବୋଲି କହିବା ସହ ଓଲଟି ଧମକ ଚମକ ଦେଇଥିଲେ ବୋଲି ନାବାଳିକା ମା ଗତକାଲି ଅପରାହ୍ନରେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଗତକାଲି ରାତିରେ ଥାନା ଆଇ ଆଇ ସି ସସ୍ମିତା ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ କାଦୁଆ ଠାରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲେ। ନାବାଳିକାକୁ ପୋଲିସ ପୁରୀ ସି ଡବ୍ଲୁ ସିରେ ଛାଡ଼ିଥିଲା ବେଳେ ଅଭିଯୁକ୍ତ ସଂଗ୍ରାମକୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ନିମାପଡା ଉପ କାରାଗାରାକୁ ପଠାଇ ଦିଆଯାଇଛି।
ନାବାଳିକା ଅପହରଣ ମାମଲା, `ଅଭିଯୋଗj ୮ଘଣ୍ଟା ମଧ୍ୟରେ ଉଦ୍ଧାର, ଅଭିଯୁକ୍ତ ଗିରଫ









Leave a Reply