ନିମାପଡ଼ା (ସ୍ବୟଂଚାଳିତ) ମହାବିଦ୍ୟାୟର ୬୩ ତମ ପ୍ରତିଷ୍ଠା ଉତ୍ସବ

ନିମାପଡ଼ା, ୨୭/୭ (ଏ.ପି ନିୟୁଜ) ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟ ତାର ୬୩ ତମ ପ୍ରତିଷ୍ଠା ଉତ୍ସବ ଆଜି କଲେଜ ପରିସରରେ ଅନୁଷ୍ଠିତ ହୋଇଛି।  ଏହି ଅବସରରେ କଲେଜର  ଅଧ୍ୟକ୍ଷ ଡ଼ଃ  ରାଜ କିଶୋର ମିଶ୍ର  ପୈାରହିତ୍ବରେ ଅନୁଷ୍ଠିତ  ଅତିଥିଭାବେ ଯୋଗଦେଇଥିବା  ସାସଂଦଙ୍କ ପ୍ରତିନିଧି ମୀନଲତା ମହାନ୍ତି, ପୁର୍ବତନ ଅଧ୍ୟକ୍ଷ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ଓ ପୂଷ୍ପିତା ରାଜଗୁରୁ , ଆଲମୁନି ସଂଘର ର କାର୍ଯ୍ୟକାରୀ ସଭାପତି  ସୁଧୀର ଚରଣ ମହାନ୍ତି, ସଂପାଦକ ବସନ୍ତ ପାତ୍ର ଓ ନୀରଦ ବରଣ ଖୁଣ୍ଟିଆ କଲେଜ ପ୍ରାଶାସନିକ ଅଧିକାରୀ ଡ଼ଃ ରବିନ୍ଦ୍ର ପାଢୀ ପିଜି କାଉନସିଲର ସଂଯୋଜକ ଡ଼ଃ ପ୍ରଣବ କିଶୋର ସ୍ବାଇଁଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ାଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିଥିମାନେ କଲେଜ ପରିସରରେ ଥିବା  ଶହିଦ ବୀର ସୈନିକ ମନୋଜ ବେହେରା ,ମହାପୁରୁଷ  ଗୋପବନ୍ଧୁ ଦାସ,ଓ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଳ୍ୟର୍ପଣ କରବାସହ ଶ୍ରଦ୍ଧାଞଳି ଜଣାଇଥିଲେ। କଲେଜ ପରିସରରେ ୧୦ ଟି  ବୃକ୍ଷର ଚାରା ରୋପଣ କରିଥିଲେ।  ପ୍ରତିଷ୍ଠା ଉତ୍ସବ ଅବସରରେ  ଗ୍ୟାଲେରୀ ହଲରେ ଅଧ୍ୟକ୍ଷ ଡ଼ଃ ରାଜ କିଶୋର ମିଶ୍ୟ ପୈାରହିତ୍ବରେ ସଭା ଅନୁ‌ଷ୍ଠିତ ହୋଇଥିଲା। ପ୍ରଶାସନିକ ଅଧିକାରୀ ଡ଼ଃ ରବିନ୍ଦ୍ର ପାଢୀ ପ୍ରତିଷ୍ଠା ଉତ୍ସବ ସଂପର୍କରେ ସମ୍ୟକ ସୁଚନା ଦେବାପରେ  କଲେଜ ପ୍ରତିଷ୍ଠାତା କରିଥିବା ୧୦ ଜଣ ସଭ୍ୟମାନଙ୍କୁ ଅତିଥିମାନେ ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ।। କଳେଜରେ ନୂତନଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଡ଼ଃ ମିଶ୍ରଙ୍କୁ  କଲେଜର ଅ‌ଲମୁନି ଆସୋସିଏସନ  ପକ୍ଷରୁ ଫୁଲତୋଡ଼ା ଉତ୍ତରୀୟ ଦେଇ  ସମ୍ବର୍ଦ୍ଦିତ କରିଥିଲେ। ୧୯୬୩ ମସିହା ଆଜି ଦିନରେ କଲେଜ ପ୍ରତିଷ୍ଠାହୋଇଥିବାବେଳେ ମାତ୍ର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ଆରମ୍ଭ ହୋଇଥିବାବେଳେ ୬୩ ବର୍ଷରେ ପଦାର୍ପଣ କରିଥିବା ଏହି କଲେଜରେ ୭ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।  କଲେଜର ପ୍ରଥମ କ୍ଲାସ ଆରମ୍ଭବେଳେ ବନ୍ଦେମାତରଂ  ଗୀତକୁ ଶୁଣାଯିବ। କଲେଜ ଶ୍ରେଣୀ ଗୃହରେଷ୍ଟେରିଓ ବ୍ୟବସ୍ଥା କରିବାପାଇଁ  ସରକାର ୨ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି।  କଲେଜରେ  ଶିକ୍ଷାଦାନ କ୍ଷେତ୍ରରେ  ଅଧ୍ୟାପକଙ୍କ ଅଭାବ ରହିଥିବାରୁ ଲକ୍ଷ୍ୟ ରଖି ସରକାର ୨୩ ଜଣ ଭିଜିଟିଂ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବା ଅଧ୍ୟକ୍ଷ ସୁଚନା ଦେବାସହ ଏବଂ ସେମାନଙ୍କ ଦରମା ସରକାର ବହନ କରିବେ ବୋଲି  କହିଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେପ୍ରଧ୍ୟାପକ ମାନସ ରଞନ ସ୍ବାଇଁ ,ଡ଼େମୋନଷ୍ଟ୍ରଟର ଅଶୋକ ସ୍ବାଇଁ , ସହଦେବ ପରିଡ଼ା  ଓ ଜ୍ଞାନରଞନ ସାହୁ କରିଥିଲେ  କଲେଜର ଆଲମୁନିଆସୋସିଏସନ ,ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ  ଛାତ୍ରଛାତ୍ରୀମାନେ ମିଳିତହୋଇ  ପ୍ରତିଷ୍ଠା ଉତ୍ସବକୁ ପାଳନ କରିଛନ୍ତି।

 

Leave a Reply

Your email address will not be published. Required fields are marked *