ନିମାପଡା – ୨୯./୯(ଏ.ପି ନିୟୁଜ) – ସ୍ଥାନୀୟ ତଳଅଣ୍ଡିଆ ସ୍ଥିତ ବେହେରାସାହି ଏକଲବ୍ୟ ଶିକ୍ଷIକେନ୍ଦ୍ରରେ ଜ୍ଞାନ ବିଜ୍ଞାନ ମେଳା ଶିକ୍ଷା କେନ୍ଦ୍ରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର କୁନି ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ଜ୍ଞାନ ବିଜ୍ଞାନ ମେଳାରେ ସ୍ଥାନ ପାଇଥିଲା I ଶିକ୍ଷାକେନ୍ଦ୍ର ପକ୍ଷରୁ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳାକୁ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ସଂସ୍ଥାର ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଙ୍କ ଦ୍ୱାରା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା I ବିଦ୍ୟାଳୟର ଅଧକ୍ଷ ଶ୍ରୀ ଲିଙ୍ଗରାଜ ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳାରେ ପି. ପି.ୟୁ.ଓ ର କୋଷାଧକ୍ଷ ଶ୍ରୀ ପଦ୍ମଲୋଚନ ମହାନ୍ତି ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ I ସଭାକାର୍ଯ୍ୟକୁ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର ପରିଚାଳନା କରିଥିଲେI ଉକ୍ତ ବିଜ୍ଞାନମେଳରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୧୦୪ ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା I ସ୍ଵଛ ଭାରତ, ଟ୍ରାଫିକ ସମ୍ପର୍କୀୟ. ମହାକାଶ ସମ୍ପର୍କୀୟ ତଥା କୁନି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ବାୟୁ. ଜଳ. ଶବ୍ଦ ମୂର୍ତ୍ତିକା ପ୍ରଦୂଷଣ ସହିତ ଆଧୁନିକ କୃଷି ସମ୍ପର୍କୀୟ ଅନେକ ପ୍ରକଳ୍ପ ସ୍ଥାନ ପାଇ ଥିବା ସହିତ ୧୦ ପ୍ରକଳ୍ପକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ କରାଯାଇଛି I ପ୍ରକଳ୍ପ ଗୁଡିକୁ ନିରୀକ୍ଷକ ଭାବରେ ନିର୍ମଳ ମିଶ୍ର, ଦେବାଶିଷ ପତି ମୂଲ୍ୟାୟନ କରିଥିଲେ। ଶିକ୍ଷା କେନ୍ଦ୍ରର ଶିକ୍ଷୟିତ୍ରୀ , ଶିକ୍ଷିକଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ଥିଲେ।














Leave a Reply