ନିମାପଡ଼ା, ୧/୮( ଏ.ପି ନିୟୁଜ) ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପକ୍ଷରୁ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ବିଭାଗରେ ୧୨୫ ଜଣ ଛାତ୍ରଛାତ୍ରୀ ଅଶଂ ଗ୍ରହଣ କରିଥିଲେ। ବଜ୍ଞାନ ପ୍ରକଳ୍ପରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ୮୫ ଜଣ ଛାତ୍ରଛାତ୍ରୀ ୩ୟ ୪ର୍ଥ ଓ ୫ମ ଶ୍ରେଣୀର ୯୩ ଜଣ ଛାତ୍ରଛାତ୍ରୀ,୬ଷ୍ଠ ,୭ମ, ଓ ଅଷ୍ଟମ ୩୭ ଜଣ , ୯ମ ଓ ଦଶମ ଶ୍ରେଣୀର ୨୫ ଜଣ ଛାତ୍ରଛାତ୍ରୀ ଅଶଂ ଗ୍ରହଣ କରିଥିଲେ। ବିଜ୍ଞାନ ପ୍ରଶ୍ନମାଳାରେ ୧୫ ଜଣ , ଗଣିତ ପ୍ରଶ୍ନମାଳାରେ ୧୫ ଜଣ, ମୃର୍ତ୍ତି କଳାରେ ୯ ଜଣ, ନିବନ୍ଧ ପ୍ରତିଯୋଗିତାରେ ୧୨ ଜଣ, ଗଳ୍ପ କଥନରେ ୧୫ ଜଣ, ବିଜ୍ଞାନ ପ୍ରୟୋଗରେ ୮ ଜଣ ଶିଶୁ ଅଶଂ ଗ୍ରହଣ କରିଥିଲେ।ଜ୍ଞାନ ବିଜ୍ଞାନ ମେଳାକୁ ନିମାପଡ଼ା ଅଟୋ କଲେଜର ଉଦଭିଦ୍ ବିଜ୍ଞାନ ମୁଖ୍ୟ ପ୍ରଧ୍ୟାପକ ଡ଼ଃ ରବିନ୍ଦ୍ର ପାଢୀ ଉଦଘାଟନ କରିଥିଲେ। ସଂକୁଲ ପ୍ରମୁଖ ବାବୁଲି ମହାପାତ୍ର ପରିଚାଳନା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଜ୍ଞାନ ଶିକ୍ଷକ ସୈାଭାଗ୍ୟ ରଞନ ସେନାପତି, ବିକାଶ ଭୋଇ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର ଓ ସହ ପ୍ରଧାନ ଆଚାର୍ଯ୍ୟ ପ୍ରଯୁକ୍ତାଦେଇ ଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା।












Leave a Reply