ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୁରୀ ଠାରେ  ଜିଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ପୁରୀ ,୧୮/୮(ଏ.ପି ନିୟୁଜ) ଆଜି ପୁରୀ ସକିଟ ହାଉସଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, କୋଣାର୍କର ପର୍ଯ୍ୟଟନ, ଅନ୍ନପୂର୍ଣ୍ଣ ଥିଏଟର ପୁର୍ନର ଉଦ୍ଧାର, ଅଠରନଳାର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ କୋଣାର୍କ ଏନ.ଏ.ସି ପକ୍ଷରୁ ଏକ ଭକ୍ତ ନିବାସ ନିର୍ମାଣର ପ୍ରସ୍ତାବ,ସହ ଅର୍ବାନ ହାଟ, ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକପାଇଁ ପର୍ଯ୍ୟଟନ ବିଭାଗ ସହ ଓ  ଓବିସିସି ପକ୍ଷରୁ କୋଣାର୍କ ର ଉନ୍ନୟନ ପାଇଁ ନିଆଯାଇଥିବା ପଦକ୍ଷେପ ଓ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା। କୋଣାର୍କଏନ.ଏସି ପକ୍ଷରୁ ୪୭ଟି ପ୍ରକଳ୍ପରୁ ୧୭ ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି।  ଟାଉନହଲ ନିର୍ମାର କରିବାପାଇଁ ଏନ.ଏ.ସି ପକ୍ଷରୁ  ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।ଅନ୍ୟକେତଗୁଡ଼ିଏ  ପ୍ରକଳ୍ପର କାର୍ଯ୍ୟ ବିଳମ୍ବିତ ହେହଉଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରୁଥିବା  ଠିକାସଂସ୍ଥାର ଅବହେଳାରୁ କାର୍ଯ୍ୟ ଶେଷ ହୋଇପାରୁନାହିଁ। କୋଣାର୍କରେ ୩୧୪ ଟି ଅସ୍ଥାୟୀ ଦୋକାନ ରହିଛି, ସେମାନଙ୍କୁ ରାସ୍ତାପଡ଼ରୁ ହଟାଇ ଭେଣ୍ଡି ଜୋନ ନିର୍ମାଣ କରି ସେଠାରେ ଥଇଥାନ କରିବାକୁ ‌ପ୍ରସ୍ତାବ ରହିଛି। ନିମାପଡ଼ା ଏନ.ଏ.ସି ପକ୍ଷରୁ କାର୍ଯ୍ୟନିର୍ବ‌ାହୀ ଅଧିକାରୀ ନିମାପଡ଼ା ଏନଏ.ସି ମଧ୍ୟରେ ଅର୍ବାନହାଟ, ମାଛ ମାକେଟ, ଏନ.ଏ.ସି ଅଫିସର ନୂତନ ବିଲିଂଡ଼ି, କ୍ଲକ ଟାୱାର, ଇଭି ଚାର୍ଜିଷ୍ଟେସନ, ସ୍ମାର୍ଟ ସୋଲାର ବେଞ୍ଚ ଉପରେ ହେବାକୁଥିବା ପ୍ରକଳ୍ପ ଗୁଡ଼ିକ ବିଷୟରେ କହିଥିଲେ।। କୋଣାର୍କ ଓ ପୁରୀ ସମୁଦ୍ର କୂଳରେ ଓ୍ୟୖଷଧୀୟ ଚରାର ରୋପଣ ର ଏକ ପାଇଲଟ ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ  ହାତକୁ ନେଇଥିବା ସଂସ୍ଥା ଶିଘ୍ର କାର୍ଯ୍ୟ  ଶେଷ କରିବାକୁ ନିର୍ଦ୍ଦେଶ ଦେବାସହ ଥିସଂପୃକ୍ତ ବିଭାଗୀୟ  ଯନ୍ତ୍ରୀମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରମତୀ ପରିଡ଼ା ଆଳୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଲୋକସଭାସଦସ୍ୟ ସବିଂତ ପାତ୍ର ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଓମପ୍ରକାଶ ମିଶ୍ର,ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ପୈାରପାଳିକାର ଯ୍ମଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲାପାଳ (ରାଜସ୍ବ) ଶରତ ଚନ୍ଦ୍ର ବେହେରାଙ୍କ ସମେତ ଜିଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତଥିଲେ। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା ବୈଠକ ଆରମ୍ଭ ହେବପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ପୁଷ୍ପଗୁଛଦେଇ ସ୍ବାଗତ କରିଥିଲେ

Leave a Reply

Your email address will not be published. Required fields are marked *