ନିମାପଡ଼ା, ୨୯/୯(ଏ.ପି ନିୟୁଜ) )୨୦୧୧ ମସିହାରେ ସରକାର ନୂତନ ଶିକ୍ଷା ଅଧିକାର ଆଇନ ଲାଗୁ କରିଥିଲେ। ୨୦୧୨ ମସିହାରେ ସରକାର ବିଜ୍ଞାପନ ଜାରିକରି ଶିକ୍ଷକ ନିଯୁକ୍ତି ପାଇଁ ଟି.ଇ.ଟି ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ ହେଲା । ଜିଲାପରିଷଦ ଶିକ୍ଷକ ଓ ଶିକ୍ଷାସହାୟକ ନାମରେ ଶିକ୍ଷକ ପଦବୀ ପୂରଣ କରାଗଲା। ୨୦୧୧ ପେିୃୟାରୀି ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପାଇଁ ଏହି ପରୀକ୍ଷା ଲାଗୁ ହୋଇ ପାରିବ ନାହିଁ ବୋଲି ୨୦୧୯ ରାଜ୍ୟ ସରକାରଙ୍କ ପ୍ରକାଶିତ ଗଜେଟରେ ଉଲେଖ ରହିଛି ।୨୦୧୧ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଓ.ଟି.ଇ.ଟି ଦେବାପାଇଁ ୨୦୧୧ରୁ ୨୦୧୯ ମସିହା ରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇନାହିଁ। ୨୦୨୩ ରେ ୧୩ ଟି ଜିଲାରେ ଶିକ୍ଷକମାନଙ୍କୁ ଯୋଗ୍ୟତା ଭତ୍ତିରେ ପଦନ୍ନେତି ମିଳିଥିଲା।। ବାଦ ପଡ଼ିଥିବା ୧୭ ଟି ଶିକ୍ଷକ ସଂଘ ପକ୍ଷରୁ ଉଚ୍ଚନ୍ୟାୟାଳରେ ସଂଘ ଆଶ୍ରୟ ନିଆଯାଇ ଶିକ୍ଷା ବିଭାଗ ନାମରେ ମାମଲା ରୁଜୁ କରିଥିଲେ। । ଫଳରେ ପଦନ୍ନତି ପ୍ରକ୍ରିୟା ରୋକ ଲାଗିଥିଲା। ପୂର୍ବ ସରକାରଙ୍କ ଟାଲଟୁଳ ନୀତି ଫଳରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶା ସରକାର ଓ.ଟି.ଇ.ଟିକୁ ମୂଳ ଆଧାର କରିବାରୁ ବହୁ ବରିଷ୍ଠ ଶିକ୍ଷକମାନେ ପଦନ୍ନତିରୁ ବାଦ ପଡ଼ିଛନ୍ତି। ଓଟିଇଟି ମାପଦଣ୍ଡ ଧାରୀ ଶିକ୍ଷକମାନଙ୍କୁ ପଦ୍ନତି ପାଇଁ କୈାଣସି ନିର୍ଦ୍ଦେଶ ନାମା ଜାରି ନଥିବାବେଳେ ପୁରୀ ଜିଲା ଶିକ୍ଷା ବିଭାଗର ପଦନ୍ନତି ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବରିଷ୍ଠ ଅଣ ଓଟିଇଟି ଶିକ୍ଷକମାନଙ୍କୁ ବାଦଦେଇ ଓଟିଇଟି ଧାରୀ ଶିକ୍ଷକମାନଙ୍କୁ ପଦ୍ନତି ଦେବାପାଇଁ ଅନୁମୋଦନ ପତ୍ର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ବରଙ୍କ ନିକଟକୁ ପଠାଇଛନ୍ତି। ଏହାଦ୍ବାରା ୧୯୯୭ ଓ ୨୦୧୯ କ୍ୟାଡ଼ର ରୁଲକୁ ଅଣଦେଖା କରାଯାଇଥିବା ସଂଘର ଜିଲାସଭାପତି ପୁରୁଷୋତ୍ତମ ପ୍ରଧାନ, ସୁକାନ୍ତ କୁମାର ଭୂୟାଁ ସମେତ ୨୫ରୁ ଉର୍ଦ୍ଦ ଶିକ୍ଷକ ଓ ଶିକ୍ଷୟିତ୍ରୀ ସଂଘ ,ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବାସହ ନକଲ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଖ ଙ୍କ ନିକଟକୁ ପଠାଇଥିବା ପ୍ରକାଶ ।














Leave a Reply