Skip to content
ନିମାପଡ଼ା,୧୦/୭(ଏ.ପି ନିୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ପଞ୍ଚାୟତ ଅନ୍ତର୍ଗତ ଭଗବତୀପୁର ଗ୍ରାମରେ ମା ଭଗବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ମନ୍ଦିର ଟି ଜରାଜୀଣ୍ଣ ଅବସ୍ଥାରେ ଥିବାରୁ ଗ୍ରାମବାସୀ ଏବଂ ଭକ୍ତମାନେ ଏହି ମନ୍ଦିରର ପୁନଃ ଉଦ୍ଧାର କରି ନୂତନ ମନ୍ଦିର ନିର୍ମାଣ କରିଛନ୍ନ୍ତି। । ନୂତନ ମନ୍ଦିର ପ୍ରତିଷ୍ଠା ଅବସରରରେ ୫ ଦିନ ବ୍ୟାପି ମହାଜଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞରେ ପ୍ରତିଷ୍ଠିତ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ଯୋଗଦେଇ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ ୯ ତାରିଖ ଯଜ୍ଞାନୁଷ୍ଠାନ ପୁର୍ଣ୍ଣାହୁତି ଦିଆଯାଇଛି। ପ୍ରତିଷ୍ଠା ଉତ୍ସବରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମାନସିକଧାରୀୀମାନେ କଳ ମୁଣ୍ହାଇ ପ୍ରତଷ୍ଠା ଉତ୍ସବରେ ଅଶଂ ଗ୍ରହଣ କରିଥିଲେ। ପ୍ରତ୍ୟେହ ସଂଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ପ୍ରବଚକମାନେ ମାଭଗବତୀଙ୍କ ମହିମା ଜନ୍ମ ଉପରେ ପ୍ରବଚନ ଦେଇଥିଲେ। ୫ ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବରେ ଭଗବତୀପୁର ଗ୍ରାମରେଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋିଥିଲା। ଏହି ଉତ୍ସବକୁ ଗ୍ରାମବାସୀ ଏବଂ ଯୁବକ ସଂଘର ପରିଚାଳନା କରିଥିଲେ।
Chittaranjan Mohanty
Website:
Leave a Reply