ନିମାପଡ଼ା, ୧୯./୮(ଏପି ନିଉଜ) ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜୁ ବାବୁଙ୍କ ଅନୁଗାମୀ ତଥା ବିଜେଡ଼ିର ଆଗଧାଡ଼ିର ନେତା ପୂର୍ବତନ୨୧ ନଂ ଜିଲାପରିଷଦଯୋନର ସଭ୍ୟ ପ୍ରଦୀପ ନାୟକଙ୍କ ବଜେଡ଼ି ଛାଡ଼ି ଶତାଧିକ ସମର୍ଥକଙ୍କ ସହ ଆଜି ବିଜେପି ଯୋଗଦେଇଛନ୍ତି । ଏହି ଅବସରରେ ତାଙ୍କସହ ନିମାପଡ଼ା-ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁଳସୀପୁର ଏବଂ ଭୋଦର ଗ୍ରାମପଞ୍ଚାୟତର ବିଜେଡି କର୍ମୀମାନେ ଆଜି ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁର୍ନିତି ମୁକ୍ତ ଶାସନ ୨୦୩୬ ମସିହାରେ ଓଡ଼ିଶା ରାଜ୍ୟକୁ ଦେଶରେ ୧ନମ୍ବର ରାଜ୍ୟ କରିବାପାଇଁ ଦେଇଥିବା ଆହ୍ବାନ ଏବଂଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନେତତ୍ବ ପ୍ରତି ଆସ୍ଥାସ୍ଥାପନ କରି ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେଡ଼ି ଛାଡ଼ି ବିଜେପି ଦଳରେ ସାମିଲ ହେଉଛନ୍ତି । ଆଜି ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସରକାରୀ ବାସଭବନରେ ନିରାଡ଼ମ୍ବର ମିଶ୍ରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଜେଡ଼ି ଦଳ ଛାଡ଼ିଥିବା ଆଗନ୍ତୁକ କର୍ମୀ ଓ ନେତା ମାନଙ୍କୁ ବିଜେପି ଦଳର ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।ଯୋଗଦେଇଥିବା ଥିବା କର୍ମୀମାନେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କନୂତନ ଉତ୍କର୍ଷ ନିମାପଡ଼ା ଗଠନର ସ୍ବପ୍ନକୁ ଶାକାର କରିବାସହ ତାଙ୍କ ହାତମୁଠାକୁ ଟାଣ କରି ଆଗାମୀ ପଞ୍ଚା୍ୟତ ନିର୍ବାଚନ ଗୃହ ଶତ୍ରୁମାନଙ୍କୁ ଉଚିତ ଶିକ୍ଷା ଦି୍ଆଯିବ ବୋଲି ଯୋଗଦେଇଥିବା କର୍ମୀ ଓ ନେତାମାନେ କହିବାସହ ବିଜେପି ଦଳକୁ ଆଗେଇ ନେବେ ବୋଲି ନୂତନଭାବେ ଯୋଗଦେଇଥିବା ବିଜେପି ନେତାମାନେ କହିଛନ୍ତି। ଆଜି ଭୋଦର ଓ ତୁଳସୀପୁର ଗ୍ରାମପଞ୍ଚାୟତରୁ ତ୍ରିଲୋଚନ ପଣ୍ଡା, ଶଙ୍କର ପଣ୍ଡା, ଆଲୋକ ପଣ୍ଡା, ପ୍ରଦୀପ୍ତ ପଣ୍ଡା, ସୁବ୍ରତ ପଣ୍ଡା, ଉମାକାନ୍ତ ପଣ୍ଡା, ପ୍ରଜ୍ଞଜିତ୍ ପଣ୍ଡା ଓ ଅମରେଶ୍ୱର ଆଚାର୍ଯ୍ୟ । ଚାରିଛକ ବିଜେପି ମଣ୍ଡଳ ସଭାପତି ଅନ୍ୟ ପ୍ରମୁଖ ବିଜେପି ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି କର୍ମୀ











Leave a Reply