ନିମାପଡ଼ା,୨୪/୯ (ଏ.ପି ନିୟୁଜ)) ଆଜି ପୂର୍ବାହ୍ନରେ ଉଚ୍ଚ ନ୍ୟାୟାଳୟର ମାନ୍ୟବର ପ୍ରଧାନ ବିଚାରପତି ହରିଷ ଟଣ୍ଡନ ଭରଚ୍ୟୁଆଲ ମୋଡ଼ରେ ୧୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ନଢଣା (ନିମାପଡ଼ା- ଚାରିଛକରାସ୍ତା ଶାଇଲୋ)ନିକଟରେ ନିମାପଡ଼ା ନୂତନ କୋର୍ଟର ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରସ୍ତାବିତ ନୂତନ କୋର୍ଟ ସ୍ଥାନରେ ୨ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଦେୱାନୀ ଅଦାଲତ ପରିସରରେ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି। କୋର୍ଟର ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପ ଗୁଡ଼ିକ ନିମାପଡ଼ା ତହସିଲ ଅନ୍ତର୍ଗତ ତମ୍ପାଳ ଆରଆଇ ସର୍କଲ ମଧ୍ୟରେ ଥିବା ନଢଣା ରାଜସ୍ବ ଗ୍ରାମ ନିକଟରେ ଥିବା ଗୋଚର ଜମିରେ ନୂତନ କୋର୍ଟ ସ୍ଥାପନ ହେବାକୁ ଯାଉଛି ।ଭିପ୍ରସ୍ତର ସ୍ଥାପନ ପ୍ରକଳ୍ପ ମଧ୍ୟରେ ବିଚାରପତିଙ୍କ ଆବାସ, ଓକିଲମାନଙ୍କର ବୈଠକ ଗୃହ, କୋର୍ଟର କର୍ମଚାରୀ ଓ ଅଫିସରମାନଙ୍କ କ୍ବାଟର ଏବଂ ବିଚାରପତିମାନଙ୍କ ପାଇଁ ଏକ ଅତିଥିଭବନ ବା ଟ୍ରାଞିଟ ଘର ନିର୍ମାଣ କରାଯିବ ଏବଂ ପୁର୍ତ୍ତ ବିଭାଗ ପୁରୀ ଦ୍ବାରା ଏଗୁଡ଼ିକ ନିର୍ମାଣ କରାଯିବ ବୋଲି ସୁଚନା ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବାର ଉଚ୍ଚ ନ୍ୟାୟାଳୟ ମୁଖ୍ୟ ନ୍ୟାୟମୂତ୍ତି ଶ୍ରୀଯୁକ୍ତ ହରିଷ ଟଣ୍ଡନ , ସମ୍ମାନ୍ନୀତ ଅତିଥିଭାବେ ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ଓ ନ୍ୟାୟମୂର୍ତ୍ତି ଏସ.କେ. ପାଣିଗ୍ରାହୀ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପପାଇଁ ଅନୁମୋଦିତ ହୋଇଥିବା ଅର୍ଥରେ ୧୪ଟି ଇ ଟାଇପ କର୍ମଚାରୀ କ୍ବାଟର ଓ ୬ଟି ଏଫ ଟାଇପ କୋଠା ବିଚରାଳୟର କର୍ମଚାରୀ ମାନଙ୍କ ଆବାସ୍ଥଳୀ , ୪ଟା ସି ଟାଇପ କ୍ବାଟର ଜୁଡ଼ିଓିଆଲ ଅଫିସରଙ୍କ ପାଇଁ, ଦେଢ କୋଟି ଟଙ୍କା ଅନୁଦାନରେ କୋର୍ଟ ଅତିଥିଭବନ ବା ଟ୍ରାଞିଟହାଉସ, ଅଢେଇ କୋଟି ଟଙ୍କା ବ୍ୟୟରେ ବାର ଆସୋସିଏସ ହଲ ଏବଂ କ୍ୟାଣ୍ଟିନ ଗୃହଏବଂ ଅତିରିକ୍ତ ଜିଲା ଜଜଙ୍କ ପାଇଁ ଅଢେଇ କୋଟି ଟଙ୍କା ବ୍ୟୟରେ ଗୋଟିଏ ବି ଟାଇପ ଆବାସସ୍ଥଳୀ ନିର୍ମାଣ କରାଯିବାପାଇଁ ବ୍ୟୟବରାଦ ହୋଇଛି। ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବକୁ ଭଚ୍ୟୁଆଲମୋଡ଼ରେ ବସି ପୁରୀ ଜିଲା କୋର୍ଟର ରେଜିଷ୍ଟର ଶୋଭନ କାନୁନଗୋ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଶରତ ଚନ୍ଦ୍ର ବେହେରା ନିମାପଡ଼ା ଅତିତରିକ୍ତ ଜିଲା ଜଜ ମାନ୍ୟବର ସୁରେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି ନିଶା ସାମଲ କନିଷ୍ଠ ଦେୱାନୀ ବିଚାରପତି ପ୍ରତ୍ୟୁଷ ମିଶ୍ର, ପ୍ରଥମଶ୍ରେଣୀ ବିଚାରପତି (ଦ୍ବିତୀୟ) ହର୍ଷିତା ମିଶ୍ର ଉପସ୍ଥିତ ଥିଲେ। ନିମାପଡ଼ା ବାର ଆସୋସିଏସନ ସଭାପତି ଅଭିମନ୍ୟୁ ସ୍ବାଇଁ, ଜୁଡ଼ିସିଆଲ ବାର ଆସୋସିଏସନ ସଭାପତି ବାମନ ଚରର ନାୟକ ସଂପାଦକ ପ୍ରଶାନ୍ତ କୁମାର ରାଉତରାୟ , ବରିଷ୍ଠ ଆଡ଼ଭୋକେଟ ସୁଧୀର ମହାନ୍ତି, ପୁର୍ବତନ ସଭାପତି ରଣଜିତ ସାହୁ,ବଟକୃଷ୍ଣ ସାହୁ, ବ୍ରହ୍ମାନନ୍ଦ ପ୍ରଧାନ ଓ ପ୍ରତାପ ପଣ୍ଡା,
ସରକାରୀ ଓକିଲ ପ୍ରଭାତ କୁମାର ବେହେରା , ମହେନ୍ଦ୍ର କୁମାର ସାହୁ, ପ୍ରମୁଖ କୋର୍ଟର ଭଚ୍ୟୁଆଲ ରୁମରେ ଉପସ୍ଥିତ ରହି ବିଚାରପତିମାନଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ସମୟରେ ଅତିଥିମାନଙ୍କ ଉଦବୋଧନ ଭାଷଣକୁ ଟିଭି ସ୍କ୍ରିନରେ ଦେଖିଥିଲେ । ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ କେଉଁଠି ଅନୁଷ୍ଠିତ ହେବ ସେ ସଂପର୍କରେ କୋର୍ଟର ଦୁଇ ବାର ଆସୋସିଏସନ ଅବଗତ ନଥିବା କିମ୍ବା ସଂଘକୁମିଳିଥିବା ଚିଠିରେ ଉଲେଖ ନଥିବାରୁ ସେମାନେ ଦ୍ବନ୍ଦରେ ଥିଲେ। ନିମାପଡ଼ା କୋର୍ଟର ବିଚାରପତିମାନଙ୍କ ଅନୁରୋଧ ରକ୍ଷାକରି ଓକିଲମାନେ ଭିତ୍ତିପ୍ରସ୍ତର ସ୍ଥାପନଉତ୍ସବରେ ଯୋଗଦେଇଛନ୍ତି।
ମୁଖ୍ୟ ବିଚାରପତିଙ୍କ ଦ୍ବାରା ନିମାପଡ଼ା କୋର୍ଟର ୧୬ କୋଟି ଟଙ୍କା ବ୍ୟୟରେ ନୂତନ ଇନଫ୍ରାଷ୍ଟକ୍ଚର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ














Leave a Reply